ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌। ପୁଣି ବିଶ୍ୱକପ୍‌ର ବାଧକ ସାଜି ବର୍ଷା। ଗୁରୁବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଛି। ନଟିଂହାମ୍‌ରେ ପ୍ରବଳ ବର୍ଷା ହେବା ଯୋଗୁଁ ମ୍ୟାଚ୍‌ଟିକୁ ବାତିଲ କରାଯାଇଛି। ତେବେ ଉଭୟ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଲଣ୍ଡନ ଏବଂ ୱେଲ୍‌ସରେ ଅନୁଷ୍ଠିତ ହୋଇଥିବା ଚଳିତ ବିଶ୍ୱକପ୍ ବର୍ଷା ପାଇଁ ପାଣିଚିଆ ହୋଇଯାଇଛି। ଆଜିର ମ୍ୟାଚ୍‌କୁ ମିଶାଇ ବର୍ତ୍ତମାନ ସୁଦ୍ଧା ବର୍ଷା କାରଣରୁ ୪ଟି ବିଶ୍ୱକପ୍ ମ୍ୟାଚ ବାତିଲ ହୋଇସାରିଛି।

ଜୁନ୍‌ ୭ରେ ପାକିସ୍ତାନ ଓ ଶ୍ରୀଲଙ୍କା, ଜୁନ୍‌ ୧୦ରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା,  ଜୁନ୍‌ ୧୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ଏବଂ ଜୁନ୍‌ ୧୩ରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ ହୋଇଛି। ଫଳସ୍ୱରୂପ ବାତିଲ ପାଇଁ ପ୍ରତ୍ୟେକ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।

Comment