ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ମାସରେ ମଧ୍ୟ ଭାଗରେ ପହଞ୍ଚିଲାଣି ହେଲେ ଓଡ଼ିଶାରେ ମୌସୁମୀର ଦେଖାନାହିଁ। ଏପଟେ ଗ୍ରୀଷ୍ମପ୍ରବାହରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। କାଳବୈଶାଖି ଯୋଗୁଁ ଉପକୂଳ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍‌ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳୁନି।

ଶୁକ୍ରବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ୮ଟି ସହର ରହିଛି। ସର୍ବାଧିକ ତାପମାତ୍ରା ସହ ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ପାରା ୪୨.୬ ଡିଗ୍ରୀ ରହିଛି।

ସେହିପରି ଭବାନୀପାଟଣା ଓ ମାଲକାନଗିରିରେ ୪୧.୮ ଡିଗ୍ରୀ, ବଲାଙ୍ଗିରିରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୪, ହୀରାକୁଦରେ ୪୧.୩, ସୋନପୁର ୪୧.୨, ଅନୁଗୁଳ ୪୧.୧, ତାଳଚେର ୪୦.୨, ଭୁବନେଶ୍ୱର ୩୮.୧ ଏବଂ କଟକରେ ୩୯.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

Comment