ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ସର୍ବ ଭାରତୀୟ ଟପ୍ପର ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ହୋଇଥିବା ବେଳେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଶାୟନ୍ତନ ଧର। ସର୍ବଭାରତୀୟ ସ୍ତରରେ ଶାୟନ୍ତନଙ୍କ ରାଙ୍କ ରହିଛି ୫୧ ନମ୍ବର। ଆଗକୁ ଆଇଆଇଟି ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସରେ ପଢ଼ିବାକୁ ଇଚ୍ଛା ରଖିଛନ୍ତି ସେ।

ଅନ୍ୟପଟେ ଏସସି କାଟାଗୋରିରେ ସମ୍ବିତ ବେହେରା ଓଡ଼ିଶାରୁ ଟପ୍ପର ହୋଇଛନ୍ତି।

ସେପଟେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୭୨ରୁ ୩୩୭ ନମ୍ବର ରଖି ଟପ୍ପର ହୋଇଛନ୍ତି। ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଦିଲ୍ଲୀର ଅର୍ଚ୍ଚିତ୍ ବୁବନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ଆଇଆଇଟିରେ ନାମ ଲେଖାଇବେ।

Comment