ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଅଗ୍ରଣୀ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ନାଲକୋକୁ ୨୦୧୮ ପାଇଁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ପ୍ରଦାନ କରାଯାଇଛି।

କମ୍ପାନିର ଅଭିବୃଦ୍ଧି ତଥା ବିଶ୍ୱରେ ଉଭୟ ବକ୍ସାଇଟ୍ ଓ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ସବୁଠୁ କମ୍ ବ୍ୟୟରେ ଉତ୍ପାଦନକାରୀ ଭାବେ ମାନ୍ୟତା ହାସଲ ଦିଗରେ ଅବଦାନ ପାଇଁ ନାଲକୋ ଅଧ୍ୟକ୍ଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ନାଲକୋ ସିଏମଡି ଡକ୍ଟର ତପନ କୁମାର ଚାନ୍ଦଙ୍କୁ ଏହି ପତ୍ରିକା ପକ୍ଷରୁ ରୋଲ ଅଫ ଅନର୍ ପ୍ରଦାନ କରାଯାଇଛି।

Comment