ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧାରୁ ଅଟକିଲା ଭାରତ-ପାକିସ୍ତାନ ମ୍ୟାଚ୍‌। ପୁଣି ବିଶ୍ୱକପରର ବାଧକ ସାଜିଲା ବର୍ଷା। ରବିବାର ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ତେବେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି।

ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୪୬.୪ ଓଭରରେ ୩୦୫ ରନ୍‌ ସଂଗ୍ରହ କରିଛି। ତେବେ ମାଞ୍ଚେଷ୍ଟରରେ ହଠାତ୍‌ ବର୍ଷା ହେବାରୁ ମ୍ୟାଚ୍‌ ଅଟକିଛି। ଏବେ ବର୍ଷା କମିବାକୁ ସମସ୍ତଙ୍କ ନଜର।

୨୦୧୯ କ୍ରିକେଟ ୨୦୧୯ର ମୁଖ୍ୟ ବାଧକ ସାଜିଛି ବର୍ଷା। ଲଣ୍ଡନ ଓ ୱେଲ୍‌ସରେ ଅନୁଷ୍ଠିତ ହୋଇଥିବା ଚଳିତ ବିଶ୍ୱକପ୍ ବର୍ଷାରେ ପାଣିଚିଆ ହୋଇଯାଇଛି। ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୪ଟି ବିଶ୍ୱକପ୍ ମ୍ୟାଚ୍‌ ବାତିଲ ହୋଇସାରିଛି।

Comment