ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପର ସୋମବାର ୨୩ତମ ମ୍ୟାଚରେ ବାଂଲାଦେଶ ଦମଦାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ଓ୍ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରିଛି।

୩୨୧ ରନର ପିଛା କରି ବାଂଲାଦେଶ ୪୧.୩ ଓଭରରେ ୩ ଓ୍ୱିକେଟ ହରାଇ ୩୨୨ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସାକିବ ଅଲ ହାସନ ଓ ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ଓ୍ଵେଷ୍ଟଇଣ୍ଡିଜ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା। ଓ୍ଵେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନେ ସଫଳ ବ୍ୟାଟିଂ କରିଥିଲେ ମଧ୍ୟ ଦୁର୍ବଳ ବୋଲିଂ ଯୋଗୁଁ ପରାଜୟର ଶିକାର ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୩୨୧ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଇଭିନ ଲୁଇସ(୭୦), ସାହି ହୋପ(୯୬), ସିମରୋନ ହେତମାର(୫୦) ଓ ଜାସନ ହୋଲ୍ଡରଙ୍କ ବିସ୍ଫୋରକ ୩୩ ରନ ଯୋଗୁଁ ଦଳ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା ଇଣ୍ଡିଜ ଦଳ।

ଆରମ୍ଭରୁ ଧିମା ଆରମ୍ଭ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ଶେଷ ମୁହୂର୍ତ୍ତରେ ଚମତ୍କାର ବ୍ୟାଟିଂ କରି ୩୨୧ରନ କରିବାରେ ସକ୍ଷମ ହୋଇଥିଲା।

୩୨୧ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ମାତ୍ର ୪୧.୩ ଓଭରରେ ବିଶାଳ ରନକୁ ପୁରା କରିବାରେ ସକ୍ଷମ ହୋଇଥିଲା। ପ୍ରଥମେ ଦଳର ଦୁଇ ଓପନର ତାମିମ୍ ଇକବାଲ ଓ ସୌମ୍ୟ ସରକାର ଭଲ ଆରମ୍ଭ କରିଥିଲେ। ତାମିମ୍ ଇକବାଲ ବ୍ୟକ୍ତିଗତ ୪୮ ରନରେ ରନ ଆଉଟ ହୋଇ ପାଭିଲିୟନ ଫେରିଯିବା ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ସାକିବ ଅଲ ହାସନ ଓ ଲିଟନ ଦାସଙ୍କ  ଦମଦାର ବ୍ୟାଟିଂ ଓ୍ଵେଷ୍ଟଇଣ୍ଡିଜ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା।

ଦଳ ପକ୍ଷରୁ ସାକିବ ଅଲ ହାସନ ୧୬ଟି ଚୌକା ସହାୟତାରେ ୧୨୪ରନ କରିଥିଲେ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଲିଟନ ଦାସ ୪ଟି ଛକା ଓ ୮ଚୌକା ସହାୟତାରେ ୯୪ରନ କରିପାରିଥିଲେ। ଓ୍ୱେଷ୍ଟଇଣ୍ଡିଜ ଦଳ ବିଶାଳ ସ୍କୋର କରିବା ସତ୍ତ୍ଵେ ଦୁର୍ବଳ ବୋଲିଂ ଯୋଗୁଁ ଦଳ ପରାଜୟ ହୋଇଥିଲା। ଏହି ମ୍ୟାଚରେ ସକିବ ଅଲ ହାସନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Comment