ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୭ତମ ଲୋକସଭାର ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ଓମ୍ ବିର୍ଲା। ତାଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ତେବେ ବିଜେଡି ମଧ୍ୟ ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରିଛି। ଏନେଇ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

‘‘ଲୋକସଭାରେ ବହୁମତ ପାଇଥିବା ବିଜେପି ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି। ଆମେ ତାଙ୍କୁ ସମର୍ଥନ ଦେବୁ ବୋଲି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କୁ ଆମେ ଗଠନମୂଳକ ସହଯୋଗ କରିବୁ’’, କହିଛନ୍ତି ପିନାକୀ ମିଶ୍ର।

ବାଚସ୍ପତି ପଦ ପାଇଁ ଆଜି ଲୋକସଭାରେ ନିର୍ବାଚନ ହୋଇଥାନ୍ତା। ଆସନ୍ତାକାଲିକୁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି।

Comment