ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଖୋଲିବନି ସ୍କୁଲ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟି ବଢ଼ାଇଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୫ ତାରିଖ ଯାଏଁ ଖରାଛୁଟି ବଢ଼ାଯାଇଛି। ତେବେ ଜୁନ ୨୬ରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ବୁଧବାର ସକାଳେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥାନ୍ତା। ହେଲେ ବର୍ତ୍ତମାନ ଛୁଟି ଜୁନ୍‌ ୨୫ ଯାଏଁ ବଢ଼ାଯାଇଛି। ଏବେ ଜୁନ ୨୬ରେ ସ୍କୁଲ ଖୋଲିବ।

ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ହୋଇଥିବା ଅନେକ ସ୍କୁଲ ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ଅନ୍ୟପକ୍ଷରେ ଏଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଖରାଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛି।

Comment