ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ଏକ ବଡ଼ ଧକ୍କା ପହଞ୍ଚିଛି। ଓଡ଼ିଶା ହାଇକୋର୍ଟରେ ଏହି ନିଷ୍ପତ୍ତି ଖାରଜ ହୋଇଯାଇଛି। ରାଜ୍ୟର ଯେଉଁ ସବୁ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ୍‌ ପିଲା ଅଛନ୍ତି ସେହି ସ୍କୁଲକୁ ବନ୍ଦ କରି ନିକଟରେ ଥିବା ସ୍କୁଲରେ ମିଶାଇବା ପାଇଁ ସରକାର ଘୋଷଣା କରିଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ମାର୍ଚ୍ଚ ୨୦୨୦ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

ଏହି ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଯେଉଁ ସ୍କୁଲରେ କୋଡ଼ିଏରୁ କମ ଛାତ୍ର ଛାତ୍ରୀ ଅଛନ୍ତି ସେହି ସ୍କୁଲଗୁଡ଼ିକୁ ପାଖ ସ୍କୁଲରେ ମିଶାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଚଳିତ ମାର୍ଚ୍ଚ ୩୦ରେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇ କୋର୍ଟ ସରକାରଙ୍କୁ ଏହାର ପୁନର୍ବିଚାର କରିବା ପାଇଁ କହିଥିଲେ ଓ ୧୫ ଦିନ ସମୟ ଦେଇଥିଲେ। ଏହି ରାୟ ପ୍ରକାଶ ପାଇବା ପରେ ଯେଉଁ ୧୧୫୬୦ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ଥିଲା ତାହା ଆଉ ହେବ ନାହିଁ।

Comment