ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାନୁଆରି ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ
  • ସକାଳ ୯ଟାରୁ ୧୨ଟା ଯାଏଁ ହେବ କ୍ଲାସ୍
  • ନୋଡାଲ ସ୍କୁଲଗୁଡ଼ିକରେ ଜାନୁଆରି ୧୦ ପରେ ଖୋଲିବ ପ୍ରାଥମିକ ସ୍କୁଲ
  • କୋଭିଡ ନିୟମ ମାନି ସ୍କୁଲ ଆସିବେ ଛାତ୍ରଛାତ୍ରୀ

ନୂଆବର୍ଷରୁ ରାଜ୍ୟରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ। ଜାନୁଆରି ୩ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। କରୋନା କଟକଣା ମଧ୍ୟରେ ସମସ୍ତ ନିୟମକୁ ମାନି ପିଲାମାନେ ସ୍କୁଲ ଆସିବାକୁ ସେ କହିଛନ୍ତି।

ଜାନୁଆରି ୩ରୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବାକୁ ଥିବାବେଳେ ନୋଡାଲ ସ୍କୁଲ ବା ଯେଉଁ ସ୍କୁଲରେ ସମ୍ମେଟିଭ୍ ପରୀକ୍ଷା ଚାଲିଥିବ, ସେଠାରେ ଜାନୁଆରି ୧୦ ତାରିଖ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲରେ ପାଠପଢ଼ା ହେବ।  କରୋନା ମହାମାରୀ ପାଇଁ ଗଲା ୨ ବର୍ଷ ହେଲା ରାଜ୍ୟରେ ପ୍ରାଥମିକ ସ୍କୁଲ ବନ୍ଦ ରହିଛି। ଅନ୍‌ଲାଇନ୍ ମାଧ୍ୟମରେ ପିଲାମାନେ ପାଠ ପଢୁଛନ୍ତି। ବିଭିନ୍ନ ସମୟରେ କରୋନା ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିଛି। ହେଲେ ସୁରକ୍ଷା ଦୃଷ୍ଟିରୁ ପ୍ରାଥମିକ ସ୍କୁଲଗୁଡ଼ିକୁ ସରକାର ଖୋଲି ନଥିଲେ। ତେବେ ୨ ବର୍ଷ ଧରି ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ରହିବା ପରେ ଜାନୁଆରି ୩ରୁ ରାଜ୍ୟର ପ୍ରାୟ ୨୭ ହଜାର ପ୍ରାଥମିକ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଅନ୍ୟପଟେ ଜାନୁଆରି ୩ରୁ ଦେଶରେ ସମସ୍ତ ୧୫ରୁ ୧୮ ବର୍ଷ ବର୍ଗ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତେବେ ପିଲାମାନଙ୍କ ପାଇଁ କରୋନା ଟିକା ଉବଲବ୍ଧ ହେବା ପରେ ସ୍କୁଲ ଖୋଲିବାକୁ ସରକାର ବିଚାର କରିଛନ୍ତି।

Comment