ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସୀ ନେବାପରେ ଯୁବରାଜ ସିଂହ ଚର୍ଚ୍ଚାରେ ରହିଛନ୍ତି। ଏବେ ତାଙ୍କୁ ନେଇ ଆଉ ଏକ ଖବର ଆସୁଛି। ଖବର ହେଉଛି ଯୁବରାଜ ଛୋଟ ପରଦାରେ ରିଆଲିଟି ସୋ’ରେ ନଜର ଆସିବେ।

ମିଡିଆ ରିପୋର୍ଟ  ଅନୁସାରେ ସଲମାନ ଖାନଙ୍କ ରିଆଲିଟି ସୋ ‘ବିଗ ବସ୍ ସିଜିନ ୧୩, ରୋହିତ ସେଟ୍ଟୀଙ୍କ ସୋ ‘ଖତରୋଁ କି ଖିଲାଡି’ରେ ଯୁବିଙ୍କୁ ଅଂଶ ଗ୍ରହଣ କରିବାକୁ ଆପ୍ରୋଚ କରାଯାଇଛି।

ହେଲେ ଯୁବିଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଯଦି ଯୁବରାଜ ଏହି ଦୁଇଟି ସୋ’ରେ ଭାଗ ନିଅନ୍ତି ତେବେ ସୋ’ର ଟିଆରପି ନିଶ୍ଚିତ ଭାବେ ଅନ୍ୟ ସୋ’ଠୁ ଅଧିକ ରହିବ।

ନିକଟରେ ଯୁବରାଜ ଏକ ସାମ୍ବାଦିକ ସମ୍ମିଳନୀ କରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହି ଖବର ଯୁବିଙ୍କ ଫ୍ୟାନ୍ସଙ୍କୁ ଗଭୀର ଦୁଃଖ ଦେଇଥିଲା।

Comment