ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଟିଂହାମରେ ଅଷ୍ଟ୍ରେଲିଆ-ବାଂଲାଦେଶ ମଧ୍ୟରେ ମହା-ମୁକାବିଲା। ଗତ ମ୍ୟାଚର ଫର୍ମକୁ ଦୋହରାଇବା ଲକ୍ଷ୍ୟରେ ବାଂଲାଦେଶ। ଟସ୍‌ ଜିତି କଙ୍ଗାରୁ ଟିମ୍‌ର ବ୍ୟାଟିଂ ନଷ୍ପତ୍ତି।

ଆଇସିସି ବିଶ୍ଵକପର ୨୬ତମ ମ୍ୟାଚରେ ଗୁରୁବାର ଅଷ୍ଟ୍ରେଲିଆ-ବାଂଲାଦେଶ ମୁହାଁମୁହିଁ ହେବେ। ଦୁଇଦଳ ମଧ୍ୟରେ ଆକାଶ ପାତାଳ ଫରକ ରହିଥିଲେ ମଧ୍ୟ ଗତ ମ୍ୟାଚରେ ବାଂଲାଦେଶର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି। ଦିନ ୩ଟାରେ ଇଂଲଣ୍ଡର ନଟିଂହାମ୍‌ ହେବାକୁ ଥିବା ଏହି ମ୍ୟାଚ୍‌ରେ ଏକ ହାଇଭୋଲ୍ଟେଜ ଳଢ଼େଇ ଦେଖିବାକୁ ମିଳିବ। ତେବେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଚଳିତ ବିଶ୍ଵକପରେ ଅଷ୍ଟ୍ରେଲିଆ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ୫ଟି ମ୍ୟାଚରୁ ୨ଟି ବିଜୟ, ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ ବାତିଲ ଯୋଗୁ ପଏଣ୍ଟ  ଭାଗ କରାଯାଇଥିଲା।

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆର ବୋଲର ମାନେ ବେଶ ଭଲ ପ୍ରଦର୍ଶନ କରିଥିଲେ। ସବୁ ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତ ବିପକ୍ଷ ମ୍ୟାଚରେ ପରାଜୟର ଶିକାର ହୋଇଥିଲା। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମିଚେଲ ଷ୍ଟାର୍କ ୫ଟି ଓ୍ଵିକେଟ ନେଇ ସଫଳତା ହାସଲ କରିଥିଲେ। ଏହି ମ୍ୟାଚରେ ଦଳ ବିଜୟ ହାସଲ କରି ନିଜ ବିଜୟ ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ଦଳ ପକ୍ଷରୁ ଆରୋନ ଫିଞ୍ଚ, ଡେଭିଡ ମିଲର ଷ୍ଟିଭ ସ୍ମିଥ ବାଂଲାଦେଶ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଅନ୍ୟପକ୍ଷରେ ବାଂଲାଦେଶ ଚଳିତ ବିଶ୍ଵକପରେ ଉନ୍ନତ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ସବୁ ମ୍ୟାଚରେ ସାକିବ ଅଲ ହାସନଙ୍କ ଦବଦବା ରହିଛି। ଗତ ମ୍ୟାଚରେ ବାଂଲାଦେଶ ପକ୍ଷରୁ ସକିବ ଓ ଲିଟନ ଦାସ ଚମତ୍କାର ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜ ହାତରୁ ବିଜୟ ଛଡାଇ ଆଣିଥିଲେ। ତେବେ ଆଜିର ମ୍ୟାଚକୁ ଜିତିବାକୁ ହେଲେ ଦଳକୁ ଗତ ମ୍ୟାଚ ଭଳି ପ୍ରଦର୍ଶନ ବଜାୟ ରଖିବାକୁ ହେବ। ନଚେତ ଅଷ୍ଟ୍ରେଲିଆ ଭଳି ଦେଶଠୁ ଜିତିବା ସହଜ ହେବ ନାହିଁ।

ଆଜିର ମ୍ୟାଚରେ ବାଂଲାଦେଶର ସକିବ ଅଲ ହସନ, ଲିଟନ ଦାସ ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି। ବିଶ୍ଵକପ ଇତିହାସରେ ଦୁଇଦଳ ପରସ୍ପର ୩ଟି ମ୍ୟାଚ ଖେଳିଥିବା ବେଳେ ୨ଟିରେ ଅଷ୍ଟ୍ରେଲିଆ ବାଜିମାତ କରିଥିବା ବେଳ ଗୋଟିଏ ମ୍ୟାଚ ଫଳଶୂନ୍ୟ ରହିଥିଲା। ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

Comment