ଓଡିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କ୍ରିକେଟର ସବୁ ଫର୍ମାଟରେ ଅନେକ ରେକର୍ଡ କରିସାରିଛନ୍ତି। ସେହିପରି ବିଶ୍ଵକପରେ ମଧ୍ୟ ସେ ଅନେକ ରେକର୍ଡର ପାହାଡ଼ ସୃଷ୍ଟି କରିଛନ୍ତି। ହେଲେ ବିଶ୍ଵକପରେ ୨୦୧୦ ଓ ୨୦୧୧ ଫାଇନାଲ ମ୍ୟାଚରେ ବିଫଳତାକୁ ମଧ୍ୟ ସାମ୍ନା କରିଛନ୍ତି। କମ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳି ବିଶ୍ଵ କ୍ରିକେଟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୧୧ ବିଶ୍ଵକପ ତାଙ୍କ କ୍ୟାରିୟରର ଶେଷ ବିଶ୍ଵକପ ଥିଲା। ଜାଣନ୍ତୁ ବିଶ୍ଵକପ ଇତିହାସରେ ସେ କରିଥିବା ୪ରି ରେକର୍ଡ ବିଷୟରେ।

ବିଶ୍ଵକପରେ ସର୍ବାଧିକ ରନ-

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସର୍ବାଧିକ ରନର ରେକର୍ଡ କରିଥିବା ସଚିନ ତେନ୍ଦୁଲକର ବିଶ୍ଵକପରେ ମଧ୍ୟ ସର୍ବାଧିକ ରନ କରିବାରେ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିୟରରେ ସେ ୬ଟି ବିଶ୍ଵକପ ସଂସ୍କରଣ ଖେଳିଥିଲେ। ସେ ୪୫ଟି ମ୍ୟାଚ ଖେଳି ୨୨୭୮ରନ କରିଛନ୍ତି। ଯାହାକି ବିଶ୍ଵକପର ସର୍ବାଧିକ ରନ। ୧୯୯୬, ୨୦୦୩ ଓ ୨୦୧୧ ବିଶ୍ଵକପରେ ଦଳ ପକ୍ଷରୁ ସେ ସର୍ବାଧିକ ରନ କରିବାରେ ସଫଳ ହୋଇଥିଲେ। ହେଲେ ୨୦୦୭ ବିଶ୍ଵକପ ତାଙ୍କ ପାଇଁ ଭଲ ରହି ନଥିଲା। ୧୧୯୬ ବିଶ୍ଵକପରେ ୬୭୩ରନ, ୨୦୦୩ରେ ୬୭୩ ଓ ୧୯୯୨,୧୯୯୯, ୨୦୦୭, ୨୦୧୧ରେ ଯଥାକ୍ରମେ ୨୮୩, ୨୫୩, ୬୪ ଓ ୪୮୨ ରନ କରିଥିଲେ।

ବିଶ୍ଵକପରେ ସର୍ବାଧିକ ଶତକ-

ବିଶ୍ଵକପରେ ସର୍ବାଧିକ ଶତକ ହାସଲକାରୀ ଖେଳାଳି ଭାବେ ସଚିନ ରେକର୍ଡ କରିଛନ୍ତି। ଦିନିକିଆ କ୍ରକେଟରେ ୪୯ ଶତକ କରି ରେକର୍ଡ କରିବା ସହ ବିଶ୍ଵକପରେ ୬ଟି ଶତକ କରି ସବୁ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ୧୧୯୨ରେ ବିଶ୍ଵକପରେ ପଦାର୍ପଣ କରିଥିବା ସଚିନ ୧୯୯୬ ବିଶ୍ଵକପରେ କଟକରେ କେନିଆ ବିପକ୍ଷରେ ତାଙ୍କର ପ୍ରଥମ ବିଶ୍ଵକପ ଶତକ ହାସଲ କରିଥିଲେ।

ବିଶ୍ଵକପର ଦ୍ଵିତୀୟ ଶତକ ସେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ ମାତ୍ର ସେହି ମ୍ୟାଚରେ ଭାରତ ୬ ଓ୍ଵିକେଟରେ ପରାସ୍ତ ହୋଇଥିଲା। ପରବର୍ତ୍ତୀ ୧୯୯୯ ବିଶ୍ଵକପ ସେ କେବଳ ଗୋଟିଏ ଶତକ ହାସଲ କରିଥିଲେ। ସେହି ମ୍ୟାଚରେ ସେ ୧୦୧ ବଲରୁ ୧୪୦ ରନ କରିଥିଲା ଯାହାଫଳରେ ଭାରତ ୩୨୯ ରନର ବଡ଼ ସ୍କୋର କରିଥିଲା। ସେ କରିଥିବା ୬ଟି ଶତକ ମଧ୍ୟରୁ ୩ଟିରେ ଦଳ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ଓ ଗୋଟିଏ ୨୦୧୧ ଇଂଲଣ୍ଡ ବିପକ୍ଷରେ ବାତିଲ ହୋଇଥିଲା।

ବିଶ୍ଵକପରେ ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ-

ଦିନିକିଆରେ ସର୍ବାଧିକ ରନ କରିବାରେ ସଚିନ ଆଗରେ ରହିଛନ୍ତି। ବଡ଼ ପ୍ଲାଟଫର୍ମରେ ଦଳ ତାଙ୍କ ଉପରେ ଭରସା କରିଥାଏ। ଅନେକ ରେକର୍ଡର ଅଧିକାରୀ ହୋଇଥିବାରୁ ତାଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ଦିନିକିଆରେ ୬୨ଟି ମ୍ୟାନ ଅଫ ଦି ମ୍ୟାଚ ଓ ବିଶ୍ଵକପରେ ସର୍ବାଧିକ ୯ଟି ମ୍ୟାନ ଅଫ ଦି ମ୍ୟାଚ ପାଇବାରେ ରେକର୍ଡ କରିଛନ୍ତି। ଏହି କିମ୍ଵଦନ୍ତୀ ସର୍ବାଧିକ ଥର ପାକିସ୍ତାନ ବିପକ୍ଷରେ ମ୍ୟାନ ଅଫ ଦି ମ୍ୟାଚ ଜିତିଛନ୍ତି। ଏହାଛଡ଼ା ୨ଲେଖାଏଁ କେନିଆ, ଜିମ୍ଵାଓ୍ଵେ ବିପକ୍ଷରେ ଗୋଟିଏ ଲେଖାଏଁ ନାମ୍ଵିଆ ଓ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାନ ଅଫ ଦି ମ୍ୟାଚ ହାସଲ କରିଛନ୍ତି।

ବିଶ୍ଵକପରେ ବ୍ୟକ୍ତିଗତ ସର୍ବାଧିକ ରନ-

ବିଶ୍ଵକପରେ ସର୍ବାଧିକ ରନ କରିବାରେ ଆଗରେ ଥିବା ସଚିନ। କେତକ ମ୍ୟାଚରେ ବ୍ୟକ୍ତିଗତ ସର୍ବାଧିକ ରନ କରି ଆଗରେ ରହିଛନ୍ତି। ୨୦୦୩ ବିଶ୍ଵକପରେ ସଚିନ ୬୭୩ରନ କରିଥିଲେ। ସେହି ସଂସ୍କରଣରେ ସେ ନାମ୍ଵିଆ ବିପକ୍ଷରେ ୧୫୨ରନ କରି ଶତକ ହାସଲ କରିଥିବା ବେଳେ, ୬ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ଯେଉଁଥିରେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ୯୦ରୁ ଉର୍ଦ୍ଧ୍ୱ ରନ କରିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ୨୭୪ରନକୁ ପିଛା କରି ସଚିନ ୭୫ବଲରୁ ୯୮ରନ ହାସଲ କରିଥିଲେ। ଏହି ସଂସ୍କରଣରେ ସଚିନ ସର୍ବାଧିକ ରନ କରିଥିଲେ ମଧ୍ୟ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା।

Comment