ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପର ୩୦ତମ ମ୍ୟାଚରେ ରବିବାର ଦକ୍ଷିଣ ଆଫ୍ରିକା ଭେଟିଛି ପାକିସ୍ତାନକୁ। ଦିନ ୩ଟାରେ ଇଂଲଣ୍ଡର ଲଡ୍ସଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଉଭୟ ଟିମ୍‌ ସମାନ ସ୍ଥିତିରେ ଥିବାରୁ ଆଜିର ମ୍ୟାଚ୍‌ର ଉଭୟଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ।

ଚଳିତ ବିଶ୍ଵକପ ହୋଇଥିବା ଏପର୍ଯ୍ୟନ୍ତ ମ୍ୟାଚ୍‌କୁ ଦେଖିବାକୁ ଗଲେ, ଦୁଇଦଳ ଦକ୍ଷିଣ ଅଫ୍ରିକା ଓ ପାକିସ୍ତାନ ସମାନ ସ୍ଥିତିରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚ ଖେଳି ଗୋଟିଏ ବିଜୟ ୩ଟି ପରାଜୟ ହୋଇଥିବା ବେଳେ ଆଉ ଗୋଟିଏ ମ୍ୟାଚ ବର୍ଷା କାରଣୁ ବାତିଲ ହୋଇଥିଲା। ସେହିପରି ପାକିସ୍ତାନ ମଧ୍ୟ ୫ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ହୋଇଛି, ଅନ୍ୟ ଗୋଟିଏ ମ୍ୟାଚ ବାତିଲ ହୋଇଛି।

ପଏଣ୍ଟ ଟେବୁଲ୍‌ରେ ଦକ୍ଷିଣ ଆଫ୍ରିକା ଅଷ୍ଟମ ସ୍ଥାନରେ ଥିବା ବେଳେ ପାକିସ୍ତାନ ନବମ ସ୍ଥାନରେ ରହିଛି। ତେବେ ଆଜି ଲଡ୍ସଠାରେ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିବ।

Comment