ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପର ୩୧ତମ ମ୍ୟାଚରେ ସୋମବାର ବାଂଲାଦେଶ ଆଫଗାନିସ୍ତାନକୁ ୬୨ରନରେ ପରାସ୍ତ କରିଛି। ସକିବ ଅଲ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ମୁସାଫିକୁର ରହିମଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲା। ବାଂଲାଦେଶ ପକ୍ଷରୁ ସକିବ ଅଲ ହାସନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ପ୍ରଥମେ ଟସ ଜିତି ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା ଆଫଗାନିସ୍ତାନ ଦଳ। ବ୍ୟାଟିଂ କରୁଥିବା ବାଂଲାଦେଶକୁ ଚତୁର୍ଥ ଓଭରରେ ହିଁ ଝଟକା ଲାଗିଥିଲା। ଦଳ ପକ୍ଷରୁ ଲିଟନ ଦାସ ବ୍ୟକ୍ତିଗତ ୧୬ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ତାମିମ ଇକବାଲ ଓ ସକିବ ଅଲ ହାସନ ଲଢ଼ୁଆ ବ୍ୟାଟିଂ ଦଳୀୟ ସ୍କୋରକୁ ଆଗେଇ ନେଇଥିଲା।

ଦଳୀୟ ସ୍କୋର ୮୨ ହୋଇଥିବା ବେଳେ ତମିମ ଇକବାଲ ବ୍ୟକ୍ତିଗତ ୩୬ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ସକିବ ଓ ମୁସାଫିକର ରହିମ ଦଳକୁ ଏକ ଭଲ ସ୍କୋର କରିବାର ଆଶା ଦେଇଥିଲେ। ସକିବ ବ୍ୟକ୍ତିଗତ ୫୧ରନ କରି ଆଉଟ ହେବା ପରେ ମୁସାଫିକର ରହିମ ୪୮ଓଭର ପର୍ଯ୍ୟନ୍ତ ଲଢ଼େଇ କରି ଦଳୀୟ ସ୍କୋରକୁ ୨୬୨ରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ।

୨୬୩ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆଫଗାନିସ୍ତାନ ଦଳ ଦୁଇ ଓପନର ଭଲ ଆରମ୍ଭ କରିଥିଲେ। ହେଲେ ୧୦ ଓଭରରେ ଦଳୀୟ ସ୍କୋର ୪୯ ହୋଇଥିବା ବେଳେ ରାହମତ ଶାହଙ୍କୁ ପାଭିଲିୟନ ଫେରାଇଥିଲେ ସକିବ ଅଲ ହାସନ।

ଅନ୍ୟପଟରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ଯାଉଥିବା ବେଳେ ଗୁଲାବଦିନ ନଇବ ଏକାକୀ ବ୍ୟାଟିଂ କରିଥିଲେ। ୨୮ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ୧୦୪ ହୋଇଥିବା ବେଳେ ନଇବ ବ୍ୟକ୍ତିଗତ ୪୭ରନ କରି ଆଉଟ ହୋଇଯାଇଥିଲେ। ସକିବଙ୍କ ଚମତ୍କାର ବୋଲିଂ ବଳ ଆଫଗାନିସ୍ତାନ ୫୦ ଓଭରର ଶେଷ ସୁଦ୍ଧା ୧୦ ଓ୍ଵିକେଟ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ପକ୍ଷରୁ ସକିବ ୫ଟି ଓ୍ଵିକେଟ ନେବାରେ ସଫଳ ହୋଇଥିଲେ। ଫଳରେ ଆଫଗାନିସ୍ତାନ ୬୨ରନରେ ପରାଜୟ ହୋଇଥିଲା।

Comment