ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ କୌଣସି ବି ମ୍ୟାଚରେ ପରାଜୟ ହୋଇନାହିଁ। ୬ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଛି।

ସେହିପରି ପାକିସ୍ତାନ ୬ଟି ମ୍ୟାଚ ଖେଳି ୨ଟିରେ ବିଜୟ ହୋଇଥିବା ବେଳେ ୩ଟିରେ ପରାଜୟ ଓ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି। ତେବେ ଆଜିର ମ୍ୟାଚ ଦୁଇଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି।

ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ ଦମଦାର ଫର୍ମରେ ରହିଛି। ୬ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଭାରତ ବିପକ୍ଷ ମ୍ୟାଚ ବର୍ଷା କରଣରୁ ବାତିଲ ହୋଇଥିଲା। ନ୍ୟୁଜିଲାଣ୍ଡ ତା’ର ବିଜୟୀ ମ୍ୟାଚଗୁଡ଼ିକ ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଓ୍ଵେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ କେନ ଓ୍ଵିଲିୟମସନ ଦୁଇଟି ମ୍ୟାଚରେ ଶତକ ହାସଲ କରିଛନ୍ତି।

ଏହାସହ ମାର୍ଟିନ ଗପ୍ଟିଲ, ରସ ଟେଲର ଦମଦାର ଫର୍ମରେ ରହିଛନ୍ତି। ବୋଲିଂରେ ମଧ୍ୟ ଲକି ଫାରଗୁସନ ଓ ଜେମ୍ସ ନିସାନ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ଏହି ମ୍ୟାଚରେ କେନ ଓ୍ଵିଲିୟମସନ ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି। ପାକିସ୍ତାକୁ ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଲାଇନକୁ ରୋକିବାକୁ ପଡ଼ିବ।

ପାକିସ୍ତାନ ପାଇଁ ଚଳିତ ବିଶ୍ଵକପ ସନ୍ତୋଷଜନକ ରହିନାହିଁ। ଦଳ ୬ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଛି। ତେବେ ଏହି ମ୍ୟାଚ ପାକିସ୍ତାନ ପାଇଁ ଜିତିବ ଗୁରୁତ୍ଵପୂର୍ଣ୍ଣ ରହିଛି। ଦଳ ପକ୍ଷରୁ ହାରିସ ସୋହେଲ, ବାବର ଆଜମ, ଫକର ଜମନ, ଇମାମ ଉଲ ହକ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ଅଧିକ ମ୍ୟାଚରେ ପରାଜୟର ଶିକାର ହୋଇଛି।

ଅନ୍ୟପକ୍ଷରେ ମହମ୍ମଦ ଅମିର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଚଳିତ ବିଶ୍ଵକପରେ ୧୫ଟି ଓ୍ଵିକେଟ ନେବାରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ମହମ୍ମଦ ଆମିରଙ୍କ ଘାତକ ବୋଲିଂକୁ ସାମ୍ନା କରିବାକୁ ହେବ।

Comment