ଓଡ଼ିଶାଲାଇଭ ବ୍ୟୁରୋ

ଖରାଦିନର ପ୍ରବଳ ତାତି ପରେ ସମସ୍ତଙ୍କ ନଜର ବର୍ଷାୠତୁ ଉପରେ ଥାଏ। କିଛି ଲୋକ ଏହି ୠତୁକୁ ମନଭରି ଉପଭୋଗ କରୁଥିବା ବେଳେ କିଛି ଲୋକ କିପରି ଭାବରେ ନିଜର ତ୍ୱଚାର ଯତ୍ନ ନେବେ ସେନେଇ ଚିନ୍ତିତ ରହିଥାନ୍ତି।

ଆସନ୍ତୁ ଜାଣିବା ବର୍ଷାଦିନରେ କିପରି ନିଜ ତ୍ୱଚାର ଯତ୍ନ ନେଇ ହେବ…

ବର୍ଷା ଦିନରେ ଯଥା ସମ୍ଭବ ଚେଷ୍ଟା କରିବେ ବର୍ଷାରେ ନଭିଜିବାକୁ। କାରଣ ଏହା ତ୍ୱଚା ଏବଂ ଚୁଟି ପାଇଁ ବିଲକୁଲ ଭଲ ନୁହେଁ। ବର୍ଷାରେ ଭିଜିବା ଦ୍ୱାରା ତ୍ୱଚା କଳା ପଡ଼ିଯାଏ। । ଯଦି ବି ବର୍ଷାରେ ଭିଜିବେ ତେବେ ଘରକୁ ଗଲାପରେ ଆଣ୍ଟି ବ୍ୟାକ୍ଟେରିଆ ଫେସୱାସରେ ନିଜ ତ୍ୱଚାକୁ ସଫା କରିବେ।

ବର୍ଷା ଦିନେ ବେସନ, ଅଟା, କିମ୍ୱା ଚନ୍ଦନ ପାଉଡର ମହୁ, ଗୋଲାପ ଜଳ, ଏବଂ ଲେମ୍ବୁରସ ମିଶାଇ ନିଜ ତ୍ୱଚାରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ନେବେ ।

ଘରୁ ବାହାରକୁ ବାହାରିଲା ବେଳେ ସାଙ୍ଗରେ ଛତା ଏବଂ ମଶ୍ଚରାଇଜିଙ୍ଗ ଟିସୁ ନେବାପାଇଁ ଯେପରି ଭୁଲିବେନି।

ଦିନକୁ ୨ଥର ଫେସଓ୍ୱାସ ରେ ମୁହଁ ଧୋଇବାକୁ ଚେଷ୍ଟା କରିବେ।

ହେଭି ମେକକପ୍ ବର୍ଷାଦିନରେ ବ୍ୟବହାର କରିବେ ନାହିଁ। ଏହା ତ୍ୱଚା ପାଇଁ ଭଲ ନୁହେଁ।

ଦିନ କୁ ୭ ରୁ ୮ ଗ୍ଳାସ ପାଣି ପିଇବା ସହିତ ଖାଇବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ।

Comment