ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ପରାଜୟରୁ ବିଜୟ ହୋଇଥିଲା। ଭାରତର ଶକ୍ତିଶାଳୀ ବୋଲିଂ ଲାଇନ ଏହି ମ୍ୟାଚକୁ ଆଫଗାନିସ୍ତାନ ହାତରୁ ଛଡ଼ାଇ ଆଣିଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ ଗୁରୁବାର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଓ୍ଵେଷ୍ଟଇଣ୍ଡିଜ ଚଳିତ ବିଶ୍ଵକପରେ ୬ଟି ମ୍ୟାଚରୁ ଗୋଟିଏ ଜିତି ୪ଟି ହାରି ସାରିଛି। ତେବେ ଏହି ମ୍ୟାଚ ଓ୍ଵେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ମ୍ୟାଚ ଜିତିବାକୁ ଓ୍ଵେଷ୍ଟଇଣ୍ଡିଜ ପୂରା ଶକ୍ତି ଲଗାଇପାରେ। ଜାଣନ୍ତୁ ଏହି ମ୍ୟାଚରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହେଉଥିବା ଖେଳାଳିମାନେ କିଲ?

ସିମରନ ହେତମାୟର

ସିମରନ ୨୦୧୮ରେ ଭାରତ ବିପକ୍ଷରେ ୫ଟି ମ୍ୟାଚ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସିମରନ ଦୁର୍ଦ୍ଦଶ ବ୍ୟାଟିଂ କରି ୫୧.୮ ଆଭରେଜରେ ୨୫୯ ରନ କରିଥିଲେ। ୧୯ବର୍ଷରୁ କମ୍ ବିଶ୍ଵକପରେ ଓ୍ଵେଷ୍ଟଇଣ୍ଡିଜ ପାଇଁ ଉତ୍ତମ ପ୍ରଦର୍ଶନ କରିବା ପରେ ଦିନିକିଆ କ୍ରିକେଟରେ ସ୍ଥାନ ପାଇଥିଲେ ହେତମାୟର।

ଓ୍ଵେଷ୍ଟଇଣ୍ଡିଜର ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦଲର କି ପ୍ଲେୟାର ସାବ୍ୟସ୍ତ ହୋଇପାରନ୍ତି। ସେ ପେସ ଓ ସ୍ପିନ ବିପକ୍ଷରେ ବହୁତ ଭଲ ଖେଳିପାରନ୍ତି। ମାତ୍ର ସ୍ପିନ ବିପକ୍ଷରେ ବଡ଼ ବଡ଼ ଛକା ମାରିବାର ଦକ୍ଷତା ତାଙ୍କ ପାଖରେ ରହିଛି। ସେ ଭାରତର ସ୍ପିନ ଯୋଡ଼ି କୁଲଦିପ ଓ ଚହଲଙ୍କ ବିରୁଦ୍ଧରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ତେବେ ଏହି ମ୍ୟାଚରେ ହେତମାୟର ଭାରତ ପାଇଁ ଘାତକ ହୋଇପାରନ୍ତି।

ସେଲଡୋନ କୋଟ୍ରେଲ

ଚଳିତ ବିଶ୍ଵକପରେ ସେଲଡନ ଓ୍ଵେଷ୍ଟଇଣ୍ଡିଜ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ବୋଲିଂର ଯାଦୁରେ ଫ୍ୟାନଙ୍କୁ ଖୁସି କରିପାରିଛନ୍ତି। ବିଶ୍ଵକପରେ ୬ଟି ମ୍ୟାଚ ଖେଳି ୯ଟି ଓ୍ଵିକେଟ ହାସଲ କରି ଓ୍ଵେଷ୍ଟଇଣ୍ଡିଜର ସର୍ବାଧିକ ଓ୍ଵିକେଟ ନେଇଥିବା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ବୋଲିଂ ଛଡ଼ା ରନ ଆଉଟ, କ୍ୟାଚ ଓ ଫିଲ୍ଡିଙ୍ଗରେ ପାରଦର୍ଶିତା ରଖିଛନ୍ତି।

ଏହି ବାମହାତି ଦ୍ରୁତ ବୋଲର ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ରେକର୍ଡ ମଧ୍ୟ ରହିଛି। ସେ ଡାହାଣ ହାତୀ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଭଲ ଇନ ସ୍ଵିଙ୍ଗ ବୋଲିଂ କରିପାରନ୍ତି। ତେବେ ବର୍ତ୍ତମାନ ଭାରତ ପାଖରେ ଅଧିକ ଡାହଣ ହାତୀ ବ୍ୟାଟ୍ସମ୍ୟାନ ଥିବାରୁ ଏହା ଦଳ ପାଇଁ ବିପଦ ହୋଇପାରେ। ଏହି ମ୍ୟାଚରେ କୋଟ୍ରେଲ ଭାରତ ପାଇଁ ବିପଦ ସୃଷ୍ଟ କରିପାରନ୍ତି।

କ୍ରିସ ଗେଲ

୩୯ ବର୍ଷୀୟ ଗେଲଙ୍କର ଏହା ଶେଷ ବିଶ୍ଵକପ। ଏହି ବିଶ୍ଵକପରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ବିଶ୍ଵର କୌଣସିବି ବୋଲିଂ ଲାଇନକୁ ଧ୍ଵସଂ କରିବାର ଦକ୍ଷତା ତାଙ୍କ ପାଖରେ ରହିଛି। ଏହି ବିଶ୍ଵକପରେ ସେ ୩୮.୮ ଆଭରେଜରେ ୧୯୪ ରନ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୪ବଲରୁ ୮୭ରନ କରିଥିଲେ।

ଭାରତ ବିପକ୍ଷରେ ତାଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଦିନିକିଆରେ ଭାରତ ବିପକ୍ଷରେ ୪ଟି ଶତକ ଓ ୫ଟି ଅର୍ଦ୍ଧଶତକ ବଳରେ ୧୦୦୦ ରନ କରିଛନ୍ତି।

ଗେଲ ଏହି ମ୍ୟାଚରେ ଭାରତ ପାଇଁ ଭାରି ହୋଇପାରନ୍ତି। ତାଙ୍କ ବ୍ୟାଟିଂ ରେକର୍ଡରେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନର ରେକର୍ଡ ରହିଛି।

Comment