ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଦିନିକିଆ ୩୫ତମ ମ୍ୟାଚରେ ଶୁକ୍ରବାର ଚେଷ୍ଟର ଲି ଷ୍ଟ୍ରିଟରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଦୁଇଦଳଙ୍କ ପାଇଁ ଚଳିତ ବିଶ୍ଵକପ ବହୁତ କଷ୍ଟ ଦାୟକ ରହିଛି।

ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚରୁ ୫ଟି ପରାଜୟ ଓ ଗୋଟିଏ ବିଜୟ ହୋଇ ବିଶ୍ଵକପ ଆଶା ହରାଇ ସାରିଛି। ଶ୍ରୀଲଙ୍କା ୬ଟି ମ୍ୟାଚରୁ ୨ଟି ବିଜୟ ୨ଟି ପରାଜୟ ଓ ୨ଟି ବାତିଲ ହୋଇଛି। ଯଦି ଆଗାମୀ ୩ଟି ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହେବ ତେବେ ସେମିଫାଇନାଲ ଆଶା ବଢ଼ିପାରେ। ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିଛି।

ଶ୍ରୀଲଙ୍କା ଚଳିତ ବିଶ୍ଵକପରେ ଉନ୍ନତ ପ୍ରଦର୍ଶନ କରିପାରିନାହିଁ। ମାତ୍ର ଦଳ ପକ୍ଷରୁ ଡିମୁଥ କରୁଣାରତ୍ନେ, କୁଶଲ ପରେରା ବେଶ ଭଲ ପ୍ରଦର୍ଶନ କରିଛନ୍ତି। ବୋଲିଂରେ ମଧ୍ୟ ଲସିଥ ମାଲିଙ୍ଗ ଚମତ୍କାର ଫର୍ମରେ ନଜର ଆସିଛନ୍ତି।

ଆଜିର ମ୍ୟାଚ ଦଳକୁ ଜିତିବାକୁ ହେଲେ ଏହି ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଗତ ମ୍ୟାଚରେ ଶ୍ରୀଲଙ୍କା ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇଛି।

ସେହିପରି ଦକ୍ଷିଣ ଆଫ୍ରିକା ପାଇଁ ସେମିଫାଇନାଲ ବାଟ ବନ୍ଦ ହୋଇଛି। ଦଳ ପକ୍ଷରୁ ଏଥର ସନ୍ତୋଷଜନକ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ଦକ୍ଷିଣ ଆଫ୍ରିକାକୁ ପକ୍ଷରୁ ଫାପ ଡୁ ପ୍ଲେସିସ ଭଲ ଫର୍ମରେ ରହିଛନ୍ତି ମାତ୍ର ଦଳ କୁ ବିଜୟୀ କରାଇବାରେ ସଫଳ ହୋଇପାରିନାହାନ୍ତି। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ଶ୍ରୀଲଙ୍କା ବୋଲିଂ ଆଟାକକୁ ସାମ୍ନା କରିବାକୁ ହେବ।

Comment