ଓଡ଼ିଶାଲାଇଭ ବ୍ୟୁରୋ
ବାଣ ବିସ୍ଫୋରଣରେ ଦୁଇ ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ରାଉତମୁଣ୍ଡା ଗାଁରେ।
ସୂଚନା ମୁତାବକ, ଏହି ଗାଁରେ ଶୁକ୍ରବାର ଏକ ଝିଅ ବାହାଘର ଥିଲା। ବରଯାତ୍ରୀ ଗାଁରେ ବାଣ ଫୁଟାଇ ଥିଲେ। ସେଥିରୁ କିଛି ଅଫୁଟା ବାଣ ରାସ୍ତାରେ ପଡ଼ି ରହିଥିଲା। ବରଯାତ୍ରୀ ଯିବା ପରେ ଯିବା ମୁନିରାମ ଛତିଆଙ୍କ ୩ ବର୍ଷର ପୁଅ, ୫ ବର୍ଷର ଝିଅ ସେହି ବାଣକୁ ଆଣି ଖେଳୁଥିଲେ।
ଏହି ସମୟରେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା। ଫଳରେ ଦୁଇ ଭାଇ ଭଉଣୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଦୁଇ ପିଲାଙ୍କୁ ମୁହଁ, ଗୋଡ, ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସେପଟେ ବରଯାତ୍ରୀଙ୍କ ଅସାବଧାନତାରୁ ଏଭଳି ଘଟଣା ଘଟିଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଯାଇଛି


















