ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନକୁ ୨୨୮ ରନ୍‌ର ଟାର୍ଗେଟ୍‌ ଦେଲା ଆଫଗାନିସ୍ତାନ।

ବିଶ୍ଵକପରେ ଆଜି ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଲିଡ୍‌ସରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ପାକିସ୍ତାନ ଆଗରେ ୨୨୭ରନ୍‌ର ବିଜୟଲକ୍ଷ୍ୟ।

ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ମ୍ୟାଚ୍‌ର ଆରମ୍ଭରୁ ଦଳ ପକ୍ଷରୁ ଧିମା ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ଟିମ୍‌ ପକ୍ଷରୁ ରେହମତ ଶାହ(୨୩), ଗୁଲବଦିନ ନୈବ(୧୫), ଇକ୍ରାମ ଅଲ୍ଲୀ(୨୪, ଅସଗର ଆଫଗାନ(୪୨), ନଜିବୁଲ୍ଲା ଜର୍ଦାନ(୪୨)ଙ୍କ ମିଳିତ ସ୍କୋର ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ପାକିସ୍ତାନ ଟିମ୍‌ ପକ୍ଷରୁ ଚମତ୍କାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦଳ ପକ୍ଷରୁ ସହୀନ ଆଫ୍ରିଦି ଜବରଦସ୍ତ ବୋଲିଂ କରି ୪ଟି ୱିକେଟ୍‌ ସଂଗ୍ରହ କରିଥିଲେ। ସେହିପରି ଇମାଦ ୱାସିମ୍‌ ଏବଂ ୱାହବ ରିୟାଜଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା। ବର୍ତ୍ତମାନ ପାକିସ୍ତାନ ସାମ୍ନାରେ ରହିଛି ୨୨୮ ରନ୍‌ର ବିଜୟଲକ୍ଷ୍ୟ।

ଚଳିତ ବିଶ୍ଵକପରେ ପାକିସ୍ତାନ ୭ଟି ମ୍ୟାଚ ଖେଳି ୩ଟି ବିଜୟ, ୩ଟି ପରାଜୟ ଏବଂ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ତେବେ ସେମିଫାଇନାଲ ଯିବା ପାଇଁ ପାକିସ୍ତାନକୁ ଆଫଗାନିସ୍ତାନ ଏବଂ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ। ସେହିପରି ଆସନ୍ତାକାଲି ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ ଭାରତ ବିଜୟୀ ହେଲେ ଯାଇ ପାକିସ୍ତାନ ପାଇଁ ସେମିଫାଇନାଲ ଯିବା ରାସ୍ତା ଫିଟିଯିବ।

Comment