ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ମହାସମରରେ ଆଜି ଘରୋଇ ଇଂଲଣ୍ଡକୁ ଭେଟିବ ଭାରତ। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତିଛି ଆୟୋଜକ ଇଂଲଣ୍ଡ ଟିମ୍‌। ଏଥିସହିତ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ମୁହାଁମୁହିଁ ହେବେ ଘରୋଇ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସ୍‌ରେ ଭାରତ ବୋଲିଂ କରିବ। ଆଜିର ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କାହିଁକି ନାଁ, ଆଜିର ମ୍ୟାଚ୍‌ରେ ଜିତିଲେ ସେମିଫାଇନାଲ ପ୍ରବେଶ କରିବ ଭାରତ। ସୁପର ସଣ୍ଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌।

ବର୍ତ୍ତମାନର ସବୁଠୁ ବଡ଼ ଖବର, ବିଜୟ ଶଙ୍କରଙ୍କ ସ୍ଥାନରେ ଖେଳିବେ ଯୁବା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ।

Comment