ଓଡ଼ିଶାଲାଇଭ ବ୍ୟୁରୋ

 

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସମସ୍ତ ଘରୋଇ ହସ୍ପିଟାଲରେ ସମସ୍ତ ହିତାଧିକାରୀ ମାଗଣାରେ ସ୍ଵାସ୍ଥ୍ୟ ସେବା ପାଇପାରିବେ।

ଏଣିକି ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତ ଆର୍ଥିକ ଅନଗ୍ରସରଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସବୁ ହିତାଧିକାରୀ ଘରୋଇ ହସ୍ପିଟାଲରେ ମଧ୍ୟ ସୁବିଧା ପାଇପାରିବେ।

ବର୍ତ୍ତମାନ ସମସ୍ତ ଘରୋଇ ହସ୍ପିଟାଲରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ସ୍ଵାସ୍ଥ୍ୟ ସେବା ପ୍ରଦାନ କରାଯିବ ଏନେଇ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

ଘରୋଇ ହସ୍ପିଟାଲରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିଷୟରେ ଆଉ ଏକ ସମୀକ୍ଷା ବୈଠକ ଖୁବ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି ବୋଲି କହିଛନ୍ତି ନବକିଶୋର ଦାସ।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଘରୋଇ ହସ୍ପପିଟାଲଗୁଡିକ ଯେପରି ସମସ୍ତ ହିତାଧିକାରୀଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବେ ଏନେଇ ସେମାନଙ୍କୁ ଅବଗତ କରାଯିବ।”

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓଡ଼ିଶା ସରକାରଙ୍କ ଏକ ଯୋଜନା ଯାହାର ଉଦ୍ଦେଶ୍ୟ ଆର୍ଥିକ ଅନଗ୍ରସର ପରିବାରକୁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆର୍ଥିକ ସେବା ଯୋଗାଇ ଦେବା। ଏହାକୁ ରାଜ୍ୟ ସରକାର ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ କରିଥିଲେ। ଏଥିରେ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ସ୍ଵାସ୍ଥ୍ୟ ବୀମା ଓ ମହିଳାଙ୍କ ପାଇଁ ୭ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ରହିଥିଲା ମାତ୍ର ୨୦୧୯-୨୦ ବର୍ଷ ପାଇଁ ଆସିଥିବା ବଜେଟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କାର ବଜେଟ ଘୋଷଣା ହୋଇଥିବା ବେଳେ ମହିଳାଙ୍କ ପାଇଁ ୭ଲକ୍ଷ ଜାଗାରେ ୧୦ଲକ୍ଷର ସ୍ଵାସ୍ଥ୍ୟ ବୀମା ଘୋଷଣା କରାଯାଇଛି।

Comment