ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ମନା କଲା ଡିଏମକେ। ଆସାମରୁ ରାଜ୍ୟସଭା ସଦସ୍ୟ ହୋଇଥିବା ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ମନମୋହନଙ୍କୁ ପୁଣି ଥରେ ନିର୍ବାଚିତ କରିବା ପାଇଁ ଆସାମରେ ଆବଶ୍ୟକ ସଂଖ୍ୟକ କଂଗ୍ରେସ ବିଧାୟକ ନାହାନ୍ତି। ତେଣୁ ତାମିଲନାଡ଼ୁରୁ ପ୍ରାର୍ଥୀ କରିବାକୁ ଡିଏମକେକୁ ଅନୁରୋଧ କରିଥିଲା କଂଗ୍ରେସ।

ତାମିଲନାଡ଼ୁ ବିଧାନସଭାରେ ଶାସକ ଦଳ ଏଆଇଏଡିଏମକେ ୩ଟି ଓ ବିରୋଧୀ ଡିଏମକେ ମଧ୍ୟ ୩ଟି ରାଜ୍ୟସଭା ସଦସ୍ୟ ପଠାଇ ପାରିବାର ସମ୍ଭାବନା ରହିଛି।

କିନ୍ତୁ ଏମଡିଏମକେ ମୁଖ୍ୟ ଭାଇକୋଙ୍କୁ ଗୋଟିଏ ଆସନ ଦେବାକୁ ଲକ୍ଷ୍ୟ ରଖିଛି ଡିଏମକେ। ଏବଂ ବାକିଥିବା ୨ଟି ଆସନ ପାଇଁ ଡିଏମକେ ପ୍ରାର୍ଥୀ ଲଢ଼ିବେ।

Comment