ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଅମ୍ବାତି ରାୟଡୁ। ବିଶ୍ୱକପ୍‌ରେ ରାୟଡୁ ରିଜର୍ଭ ଖେଳାଳି ଭାବରେ ରହିଥିଲେ। କିନ୍ତୁ ବିଶ୍ୱକପରେ ଖେଳାଳି ଆହାତ ପରେ ମଧ୍ୟ ଦଳରେ ତାଙ୍କୁ ସ୍ଥାନ ନ ମିଳିବାରୁ ଅବସର ଘୋଷଣା କରିଛନ୍ତି ରାୟଡୁ।

୩୩ବର୍ଷୀୟ ରାୟଡୁ ଭାରତ ତରଫରୁ ୫୫ଟି ଦିନିକିଆ ମ୍ୟାଚ୍ ଖେଳି ୪୭.୦୫ ଆଭରେଜ୍‌ରେ ୧୬୯୪ ରନ୍ କରିଛନ୍ତି। ଏଥିରେ ୩ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ସାମିଲ ଅଛି। ଏଥିସହ ରାଇଡୁ ୬ଟି ଆର୍ନ୍ତଜାତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି।

ଭାରତ ତରଫରୁ ରାୟଡୁ ୨୦୧୩ ମସିହାରେ ଜିମ୍ବାୱେ ବିପକ୍ଷରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏଥିସହ ରାୟଡୁ ୨୦୧୯ ମସିହା ଅଷ୍ଟ୍ରେଲିଆ ବିରୁଦ୍ଧରେ ଦିନିକିଆ କ୍ରିକେଟ୍‌ରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ।

ସୂଚନାଯୋଗ୍ୟ ଯେ, ଆଇସଲାଣ୍ଡ କ୍ରିକେଟ୍ ବୋର୍ଡ ରାୟଡୁଙ୍କୁ ନିଜ ଦେଶର ନାଗରିକତ୍ୱ ଦେବା ପାଇଁ କହିଥିଲା।

Comment