ଓଡ଼ିଶାଲାଇଭ୍ ବ୍ୟୁରୋ

  • ପବିତ୍ର ରଥଯାତ୍ରାରେ ରୁଚିର ପ୍ରତିଷ୍ଠା ଦିବସ
  • କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ
  • ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ
  • ଲକି ଡ୍ର ଜରିଆରେ ରୁଚିର ୮ଜଣ ସଦସ୍ୟଙ୍କୁ ଅର୍ଥ ରାଶି ପୁରସ୍କାର

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଓଡ଼ିଶାର ନିଜସ୍ୱ ମସଲା କମ୍ପାନି ରୁଚି ଉଦ୍ୟୋଗର ୪୪ତମ ପ୍ରତିଷ୍ଠା ଦିବସ କଟକସ୍ଥିତ ମଧୁପାଟଣା ଶିଳ୍ପାଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରି ମହମ୍ମଦଙ୍କୁ ‘ରୁଚି କଳା ସମ୍ମାନ’ରେ ସମ୍ମାନିତ କରାଯାଇଛି।

ରୁଚି କମ୍ପାନି ୧୯୭୬ ମସିହା ପବିତ୍ର ରଥଯାତ୍ରା ଦିନ କଟକ ସହରରୁ ତା’ର ଜୟ ଯାତ୍ରା ଆରମ୍ଭ କରିଥିଲା। ମାତ୍ର ୩ ଜଣ ବ୍ୟବସାୟୀଙ୍କୁ ନେଇ ଆରମ୍ଭ ହୋଇଥିବା ରୁଚି କମ୍ପାନି ଆଜି ୧,୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ରୋଜଗାର ଦେବାରେ ସମର୍ଥ ହୋଇଛି।

ରୁଚି କମ୍ପାନି ତାର ମସଲା, ପାସ୍ତା, ବିଭିନ୍ନ ଖାଦ୍ୟ ପସରା, ଫ୍ରୋଜନସ ଫୁଡ୍ ପାଇଁ ବଜାରରେ ଲୋକପ୍ରିୟ ବ୍ରାଣ୍ଡ ଭାବେ ପରିଚୟ ହାସଲ କରିଛି। ଦେଶ ତଥା ଦେଶ ବାହାରେ ରୁଚି ବ୍ରାଣ୍ଡକୁ ଲୋକମାନେ ପସନ୍ଦ କରିଛନ୍ତି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରୁଚି କମ୍ପାନିରେ କାର୍ଯ୍ୟରତ କର୍ମଚାରୀଙ୍କ ଯେଉଁ ପିଲମାନେ କୃତିତ୍ୱ ହାସଲ କରିଥିଲେ ସେମାନଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ମାନପତ୍ର, ନଗଦ ଟଙ୍କା ଓ ନୂତନ ପୋଷାକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୋଟ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲକି ଡ୍ର ଜରିଆରେ ରୁଚି ପରିବାରର ସଦସ୍ୟଙ୍କୁ ୫,୦୦୦ ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।

ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି, ‘‘ରୁଚି ହେଉଛି ଓଡ଼ିଶାର ପ୍ରଡକ୍ଟ। ଓଡ଼ିଶାରୁ ଆମ କମ୍ପାନି ଜୟଯାତ୍ରା ଆରମ୍ଭ କରି ଦେଶ ବିଦେଶରେ ବିଶେଷ ଆଦୃତ ହୋଇପାରିଛି। କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ରୁଚି ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ଆଗାମୀ ଦିନରେ ରୁଚି ତାର ଜୟଯାତ୍ରା ଅବ୍ୟାହତ ରଖିବ। ନୂଆ ନୂଆ ପ୍ରଡକ୍ଟ ବଜାରକୁ ଆସିବ।’’

ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଛନ୍ତି, ‘‘ରୁଚି ଏକ ବ୍ରାଣ୍ଡ ନୁହେଁ। ଏହା ହେଉଛି ଲୋକମାନଙ୍କର ନିଜସ୍ୱ ଚଏସ୍। ରୁଚିର ସବୁ ପ୍ରଡକ୍ଟକୁ ୧ ନମ୍ବର କରିବା ଆମର ଲକ୍ଷ୍ୟ। ରୁଚି ତା’ର ଗୁଣବତ୍ତା ପାଇଁ ସମସ୍ତଙ୍କ ପାଖରେ ପ୍ରିୟ। ରୁଚିକୁ ସବୁ ଦେଶରେ ପହଞ୍ଚାଇବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ।’’

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ, ଆକ୍ସିସ୍ ବ୍ୟାଙ୍କର ସେଣ୍ଟର ହେଡ୍ ସୁବ୍ରତ ମହାନ୍ତି, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡଙ୍ଗୀ, ରୁଚିର ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

ରୁଚି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ କଟକ ନୂଆପଡ଼ାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ନୂତନ ଗୃହର ଶିଳାନ୍ୟାସ କରାଯାଇଥିଲା।

Comment