ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅନ୍ତର୍ଗତ ସାଉଁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସ ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ୫୦ ହଜାର ବୃକ୍ଷ ରୋପଣ କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରହିଛି।
ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ସ୍କୁଲ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପରିଷଦ ସଭାପତି ଜଳଧର ସାମଲ, ସମ୍ପାଦକ ସୁଧାକର ସେଠୀ, ଉପଦେଷ୍ଟା ବିରୁପାକ୍ଷ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଅନୀଲ କୁମାର ଜେନା, ଭବେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଜୁନ ୨୮ ତାରିଖ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ହୋଇଥିବା ପରିଷଦର ଉପଦେଷ୍ଟା ସୂଚନା ଦେଇଛନ୍ତି।
Tags: #FoundationDay #SaunrHighSchool #PlantationProgram #Mayurbhanj