ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାମାନଙ୍କ ତ୍ୱଚା ସାଧାରଣତଃ ଖୁବ୍ ନରମ ଏବଂ ସମ୍ବେଦନଶୀଳ ହୋଇଥାଏ। ତେଣୁ ସେମାନଙ୍କ ପାଇଁ ସ୍କିନ୍ କେୟାର ସାମଗ୍ରୀ କିଣିବାବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ।

ମସାଜ ଅଏଲ୍ କିଣୁଥିଲେ        

  • ଶିଶୁମାନଙ୍କର ମସାଜ୍ ଅଏଲ ନରମ ଓ ମୁଲାୟମ ବୋଲି କ୍ଲିନିକାଲି ପ୍ରମାଣିତ(ତାକୁ ପରୀକ୍ଷଣ କରାଯାଇଥିବା) ହେବା ଜରୁରୀ। ସେଥିରେ ଚିକ୍କିଣିଆପଣ ନ ରହିବା ସହିତ ହାଲ୍କା ହେବା ବି ଆବଶ୍ୟକ। ସେହିପରି ସେହି ତେଲ ମାଲିସ ଦ୍ୱାରା ଆଲର୍ଜି ହେବନାହିଁ ବୋଲି ବିଶେଷଜ୍ଞମାନଙ୍କର ପ୍ରମାଣପତ୍ର ବା ସେପରି ଲେଖା ରହିଛି କି ନାହିଁ ତାହା ଦେଖି କିଣନ୍ତୁ।

କ୍ଲିନଜର କିଣିବାବେଳେ

  • କ୍ଲିନଜର ଯେପରି ଶିଶୁର ତ୍ୱଚାକୁ ଚମକପ୍ରଦ ଓ ମୁଲାୟମ ରଖୁଥିବ ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ। କିଛି କ୍ଲିନଜର ତ ଏପରି ଥାଏ ଯାହାକୁ ଆପଣ ତ୍ୱଚାରେ ଲଗାଇଲେ ମଧ୍ୟ ଆଖିରେ ଜ୍ୱଳନ ହୁଏ। ଆପଣ କିଣୁଥିବା କ୍ଲିନଜରରେ ସେହି ତତ୍ତ୍ୱ ଅଛି କି ନାହିଁ ତାହା ଜାଣିରଖନ୍ତୁ।
  • ଶିଶୁମାନଙ୍କ କ୍ଲିନଜର ବାସ୍ନାରହିତ ବା ଖୁବ୍ କମ୍ ବାସ୍ନା ହେଉଥିଲେ ଭଲ। କାରଣ ଅଧିକ ବାସ୍ନାପାଇଁ କ୍ଲିନଜରଗୁଡ଼ିକରେ ରସାୟନିକ ବ୍ୟବହାର କରାଯାଇଥାଏ। ଯାହାକି ପିଲାର ତ୍ୱଚାକୁ ଖରାପ କରିବାର ଆଶଙ୍କା ଥାଏ।
  • ସେହିପରି ମଏଶ୍ଚରାଇଜର କିଣୁଥିଲେ ତାକୁ ଲଗାଇଲେ ଯେପରି ଅଧିକ ତେଲିଆ ନ ଲାଗିବ ଏବଂ ତ୍ୱଚାରେ ସହଜରେ ମିଶିଯିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ତାହା ରସାୟନମୁକ୍ତ ହୋଇଥିଲେ ଭଲ ।
  • ପିଲାଙ୍କ ପାଇଁ ଯେକୌଣସି ଉତ୍ପାଦ କିଣିବା ସମୟରେ ତାର ଏକ୍ସପାୟାରୀ ତାରିଖକୁ ଯାଞ୍ଚ କରି ନିଅନ୍ତୁ ।
  • ଉତ୍ପାଦ କିଣିବା ପୂର୍ବରୁ ବଜାରରେ ସେହି ଉତ୍ପାଦ କେତେ ପ୍ରସାରିତ ହେଉଛି ତାହା ଇଣ୍ଟରନେଟ୍ରୁ ପଢନ୍ତୁ ।
  • ଦୁଇ-ତିନୋଟି ଉତ୍ପାଦକୁ ପରସ୍ପର ସହ ତୁଳନା କରିବା ପରେ ଆପଣ ପିଲାପାଇଁ ଠିକ୍ ଉତ୍ପାଦ ବାଛିପାରିବେ ।
  • ଯଦି କୌଣସି ଉତ୍ପାଦ ଲଗାଇବା ଦ୍ୱାରା ଶିଶୁକୁ ସମସ୍ୟା ହେଉଛି ତା’ ହେଲେ ତୁରନ୍ତ ତାର ବ୍ୟବହାରକୁ ବନ୍ଦ କରନ୍ତୁ । କୌଣସି ଶିଶୁ ଡାକ୍ତରଙ୍କୁ ପଚାରି ମଧ୍ୟ ଉତ୍ପାଦ କିଣିପାରିବେ ।
  • ଶିଶୁମାନଙ୍କ ପାଉଁ ଉର୍ଦ୍ଦିଷ୍ଟ ସାମଗ୍ରୀ କିଣିବା ପରେ ସେଥିରେ ଦିଆଯାଇଥିବା ନିୟମାବଳୀ ବା ବ୍ୟବହାର କରିବାର ବିଧିକୁ ଭଲଭାବେ ପଢନ୍ତୁ । ସେ ଅନୁସାରେ ତାକୁ ବ୍ୟବହାର କରନ୍ତୁ ।

Comment