ଓଡ଼ିଶାଲାଇଭ ବ୍ୟୁରୋ

ଦିନ ଦିପହରେ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କଠାରୁ ୧ଲକ୍ଷ ୮୯ ହଜାର ଟଙ୍କା ଓ ସ୍କୁଟି ଲୁଟି ନେଲେ ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବବିତା ପାତ୍ର। ସେ ଗୋଟେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବେ କାମ କରୁଥିଲେ।

ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରଙ୍ଗ ରୋଡ୍ ବଡ଼ଶଙ୍ଖ ନିକଟରେ।

ବବିତା ଟଙ୍କା କଲେକ୍ସନ କରି ଏକ ସ୍କୁଟିରେ ବାଲୁଗାଁ ଫେରୁଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ନୀଳ ରଙ୍ଗର ପଲସରରେ ଆସି ତାଙ୍କୁ ଅଟକାଇଥିଲେ। ସେମାନେ ବବିତାକୁ ବନ୍ଧୁକ ଦେଖାଇଥିଲେ ପରେ ଧକ୍କା ମାରି ଟଙ୍କା ଓ ସ୍କୁଟି ନେଇ ଫେରାର ହୋଇଯାଇଥିଲେ।

Comment