ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବଂ ମୌସୁମୀ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟା ସୁଧା ରାଜ୍ୟର ୯ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ସତର୍କ ସୂଚନା ଜାରି କରିଛି।

ଆଜି ଅନୁଗୁଳ , ବାଲେଶ୍ୱର, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ଝଡ଼ବର୍ଷା ହେବା ସମ୍ଭାବନା ରହିଛି। ଆଜି ଅପରାହ୍‌ଣ ସାଢେ ୫ଟା ଯାଏଁ ଏହି ସବୁ ସ୍ଥାନଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାଣ ଆଶଙ୍କା କୁରୁଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରୁ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ୧୨ଟି ଜିଲ୍ଲାରେ ଝଡ଼ି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ବେଳେ ଘରୁ ବାହାରକୁ ନଆସିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ କରିଛି।

Comment