ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ଆରମ୍ଭ ହୋଇଯାଇଛି। ଇତି ମଧ୍ୟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା ଲାଗିଛି। ଟଇମ୍‌ ଇଣ୍ଡିଆର ଜସପ୍ରିତ୍‌ ବୁମ୍‌ରାଙ୍କ ବଲ୍‌ରେ ମାର୍ଟିନ ଗୁପ୍ଟିଲ୍‌ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଛନ୍ତି।

ଆଜି ମ୍ୟାଚ୍‌ରେ ଭାରତ ଭଲ ଆରମ୍ଭ କରିଛି। ଟିମ୍‌ ଇଣ୍ଡିଆର ପ୍ରଥମ ୧୬ଟି ବଲ୍‌କୁ ଛୁଇଁ ପାରିନଥିଲା ନ୍ୟୁଜିଲାଣ୍ଡ। ତେବେ ନ୍ୟୁଜିଲାଣ୍ଡ ୩.୩ ଓଭରରେ ମାତ୍ର ୧ ରନ୍‌ କରି ଗୋଟିଏ ୱିକେଟ୍‌ ହରାଇଛି। ମାର୍ଟିନ ଗୁପ୍ଟିଲ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିବା ପରେ କ୍ରିଜ୍‌କୁ ଆସିଲେ ଅଧିନାୟକ କେନ୍‌ ଓ୍ଵିଲିୟମସନ।

Comment