ଓଡ଼ିଶାଲାଇଭ ବ୍ୟୁରୋ

ଇଂଲଣ୍ଡ ଓ ୱେଲ୍ସରେ ଖେଳାଯାଉଥିବା ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ରେ ବିଶ୍ଵବିଜେତା ଟିମ୍‌କୁ ମିଳିବ ଏପର୍ଯ୍ୟନ୍ତର ସବୁଠୁ ଅଧିକ ପୁରସ୍କାର ରାଶି। ସେମିଫାଇନାଲ ପାଇଁ ୪ଟି ଟିମ୍‌ ଚୂଡ଼ାନ୍ତ ହେବା ପରେ ମଙ୍ଗଳବାର ପ୍ରଥମ ସେମିରେ ଭାରତ ଭେଟିଛି ନ୍ୟୁଜିଲାଣ୍ଡକୁ। ଆସନ୍ତା ଜୁଲାଇ ୧୪ରେ ବିଶ୍ୱକପ ୨୦୧୯ର ଗ୍ରାଣ୍ଡ ଫାଇନାଲ।

ତେବେ ଫାଇନାଲ୍‌ରେ ବିଶ୍ଵବିଜେତା ହୋଇଥିବା ଦଳକୁ ଏଥର ୪ ମିଲିୟନ ଡଲାର ଅର୍ଥାତ୍‌ ୨୮ କୋଟି ଟଙ୍କା ଦିଆଯିବ। ସେହିପରି ଫାଇନାଲରେ ହାରିଥିବା ଟିମ୍‌କୁ ୨ ମିଲିୟନ୍‌ ଡଲାର ଅର୍ଥାତ୍‌ ୧୪ କୋଟି ଟଙ୍କା ଦିଆଯିବ। କ୍ରିକେଟ୍‌ ବିଶ୍ୱକପ୍‌ରେ ଏହି ରାଶି ହେଉଛି ଏପର୍ଯ୍ୟନ୍ତର ସବୁଠୁ ଅଧିକ ଟଙ୍କା। ଚଳିତ ବିଶ୍ୱକପ ପାଇଁ ମୋଟ ୧ କୋଟି ଡଲାର ଅର୍ଥାତ୍‌ ୭୦.୧୨ କୋଟି ଟଙ୍କା ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ସେମିଫାଇନାଲରେ ହାରିଥିବା ଦୁଇଟି ଟିମ୍‌କୁ ୫.୫ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯିବ। ତେବେ ସାରା ବିଶ୍ଵର ନଜର ଜୁଲାଇ ୧୪ ଉପରେ। ଏଥର ପୂରା ଟୁର୍ଣ୍ଣାମେଣ୍ଟରେ କେଉଁ ଟିମ୍ ବିଶ୍ଵବିଜେତା ହେବ ସେ ନେଇ ବଢ଼ୁଛି ହୃତ୍‌ସ୍ପନ୍ଦନ।

Comment