ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପରେ ପୁଣି ବାଧକ ସାଜିଲା ବର୍ଷା। ଲିଗ୍‌ ମ୍ୟାଚ୍‌ ପରେ ଏବେ ସେମିଫାଇନାଲ ବି ବର୍ଷା ଯୋଗୁଁ ବନ୍ଦ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ ନକ୍‌-ଆଉଟ୍‌ ମ୍ୟାଚ୍‌ ବର୍ଷା ପାଇଁ ଅଟକି ଯାଇଛି। ୪୬.୧ ଓଭରରେ ମ୍ୟାଚ୍‌ ଅଟକିଛି। ତେବେ ବର୍ଷା ଛାଡ଼ିଲେ ମ୍ୟାଚ୍‌ ପୁଣିଥରେ ଆରମ୍ଭ ହେବ।

ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ଟି ୱିକେଟ୍ ବ୍ୟୟ କରି ୨୧୧ ରନ୍‌ ସଂଗ୍ରହ କରିଛି। ମ୍ୟାଚ୍‌ ଆରମ୍ଭରେ ମାର୍ଟିନ ଗୁପ୍ଟିଲ୍‌ ୧ ରନ୍‌ରେ ଆଉଟ୍‌ ହେବା ଫଳରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ତେବେ ଅଧିନାୟକ କେନ୍‌ ୱିଲିୟମସନ୍ ଦଳର ମଙ୍ଗ ଧରିଥିଲେ।

୬୭ ରନ୍‌ କରି ୱିଲିୟମସନ୍ ଆଉଟ୍‌ ହେବା ପରେ ରସ୍‌ ଟାୟଲର ନ୍ୟୁଜିଲାଣ୍ଡକୁ ସମ୍ଭାଳିଥିଲେ। ଶେଷରେ ୫ଟି ୱିକେଟ୍ ବ୍ୟୟ କରି ନ୍ୟୁଜିଲାଣ୍ଡ ୨୧୧ ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍‌ସ ୨୮, କେନ୍‌ ୱିଲିୟମସନ୍ ୬୭, ରସ୍‌ ଟାୟଲର* ୬୭ ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ସମସ୍ତ ବୋଲାର ଭୁବନେଶ୍ୱର କୁମାର, ଜସପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଜୁଜୁବିନ୍ଦ୍ର ଚହଲ ଗୋଟଏ ଲେଖାଏଁ ୱିକେଟ୍‌ ନେବାରେ ସକ୍ଷମ ହୋଇଛନ୍ତି।

Comment