ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡର ଦ୍ୱିତୀୟ ୱିକେଟ୍ ପତ୍ତନ। ହେନରୀ ନିକୋଲ୍‌ସଙ୍କ ବୋଲ୍ଡ କରି ଭାରତ ପାଇଁ ଆଉ ଏକ ସଫଳତା ଆଣିଛନ୍ତି ରବିନ୍ଦ୍ର ଜାଡେଜା। ହେନରୀ ନିକୋଲ୍‌ସ ୫୧ ବଲ୍‌ରେ ୨୮ରନ୍‌ (୨ଟି ଚୌକା) କରି ପାଭିଲିୟନ୍‌ ଫେରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ବର୍ତ୍ତମାନ କ୍ରିଜ୍‌କୁ ଆସିଛନ୍ତି ରସ୍‌ ଟାୟଲର।

ଏହା ପୂର୍ବରୁ ଜସପ୍ରିତ୍‌ ବୁମ୍‌ରାଙ୍କ ବଲ୍‌ରେ ମାର୍ଟିନ ଗୁପ୍ଟିଲ୍‌ ମାତ୍ର ୧ ରନ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ବର୍ତ୍ତମାନ ଜୋଡ଼େଜା ଟିମ୍‌ ଇଣ୍ଡିଆକୁ ଦ୍ୱିତୀୟ ସଫଳତା ଦେଇଛନ୍ତି।

ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଚାଲିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୦ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୭୨ ରନ୍‌ ସଂଗ୍ରହ କରିଛି।

Comment