ଓଡ଼ିଶାଲାଇଭ୍ ବ୍ୟୁରୋ

ଇଟାଲୀର ନାପୋଲିରେ ଅନୁଷ୍ଠିତ ୩୦ତମ ୱାଲର୍ଡ ୟୁନିଭରସିଟି ଗେମ୍ସର ୧୦୦ମିଟର ରେସ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଦୂତି ଚାନ୍ଦ। କିଟ୍ ବିଶ୍ୱବଦ୍ୟାଳୟ ତରଫରୁ ଭାରତୀୟ ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କରୁଥିବା ଦୂତି ମାତ୍ର ୧୧.୩୨ ସେକେଣ୍ଡରେ ୧୦୦ମିଟର ଅତିକ୍ରମ କରି ଏହି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗତାରେ ଦୂତି ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତିା

ପଦକ ହାସଲ ପରେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି ଯେ ଏହି ସ୍ୱର୍ଣ୍ଣପଦକ ହାସଲ ପରେ ସେ ବହୁତ ଖୁସି ଅଛନ୍ତି ଏବଂ ଏହି ସ୍ୱର୍ଣ୍ଣପଦକକୁ ସେ ତାଙ୍କ କିଟ୍ ବିଶ୍ୱବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତକୁ ଉତ୍ସର୍ଗ କରିଛନ୍ତିା ଏଥିସହ ସେ ଓଡ଼ିଶାର ଜନସାଧାରଣ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ପ୍ରତି ଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ୱାଲର୍ଡ ୟୁନିଭରସିଟି ଗେମ୍ସର ଏହି ୧୦୦ମିଟର ପ୍ରତିଯୋଗିତାରେ ସୁଇଜରଲାଣ୍ଡର ଆଜଲା ଦେଲ ପୋଣ୍ଟେ ରୋପ୍ୟପଦକ ହାସଲ କରଛନ୍ତି।

Comment