ଓଡ଼ିଶାଲାଇଭ ବ୍ୟୁରୋ

ଜଣେ ମହିଳାଙ୍କଠୁ ସୁନାଚେନ ଛିଡ଼ାଇ ପଳାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଦୁଇ ଲୁଟେରା। ଘଟଣାଟି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ଲୁଟେରାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହିଳା ଜଣକ ସ୍କୁଟିରେ ଯାଉଥିବା ସମୟରେ ଦୁଇଜଣ ଲୁଟେରା ତାଙ୍କ ବେକରୁ ସୁନାଚେନ ଛିଡ଼ାଇ ପଳାଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଲୁଟେରାଙ୍କୁ ପିଛା କରିଥିଲେ। ଲୋକଙ୍କଠୁ ବଞ୍ଚିବାକୁ ଗାଡ଼ିର ସ୍ପିଡ ବଢାଇବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ ଲୁଟେରା।

ପରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଡାକ୍ତରଖାନା ପଠାଇବା ସହ ସୁନାଚେନ ଜବତ କରି ମହିଳାଙ୍କୁ ଦେଇଥିଲେ। ଲୁଟେରା ଦୁଇଜଣ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡ଼ିଛି।

Comment