ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଜାରି ରହିଥିବା ବେଳେ ଆଜି ଜାତୀୟସ୍ତରୀୟ ଲୋକ ଅଦାଲତ ବନ୍ଦ କରିଛନ୍ତି ଆଇନ୍‌ଜୀବୀ। ଆଜି ଏହି ଜାତୀୟ ସ୍ତରୀୟ ଲୋକ ଅଦାଲତ ବସିଥାନ୍ତା। ସମସ୍ତ ପ୍ରକାରର ମକଦ୍ଦମା ଯଥା, ଦେୱାନୀ, ଫୌଜଦାରୀ(ସାଲିସ୍‌ ଯୋଗ୍ୟ), ମୋଯର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ସ ଜଳ ଯୋଗାଣ, ପାରିବାରିକ. ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍‌ ବାଉନ୍ସ ମାମଲା, ଶ୍ରମ ବିବାଦ ଇତ୍ୟାଦି ଏହି ଅଦାଲତରେ ସମାଧାନ ହୋଇଥାନ୍ତା। କିନ୍ତୁ ଜୟପୁରରେ ଆଇନଜୀବୀମାନେ ଏହା ବନ୍ଦ କରିଛନ୍ତି।

ଏହାସହ ବିଚାରପତିଙ୍କୁ କୋର୍ଟ ଭିତରକୁ ପଶାଇ ଦେଲେ ନାହିଁ। ଫଳରେ ବିଜାରପତିମାନେ ଫେରି ଯାଇଥିବା ବେଳେ ମହକିଲମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଦୁଇଦିନ ହେବ ଜିଲ୍ଲା କୋର୍ଟ ସହ ୨୧ଟି କୋର୍ଟରେ ତାଲା ଝୁଲିଛି। ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଡିସେମ୍ବର ୪ରୁ ଓକିଲମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଏହା ଆଜିକୁ ଆଠ ମାସରେ ପହଞ୍ଚିଛି। ୨୧ଟି କୋର୍ଟରେ ତାଲା ପକାଇଥିବାରୁ ସାଧାରଣ ଜନତା ବହୁ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି।

ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ ନକଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ ତାଲା ଝୁଲିବ ବୋଲି ଚେତାବନି ଦେଇଛି କ୍ରିଆନୁଷ୍ଠାନ କମିଟି। ଜୟପୁର ସମେତ ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରିରେ ଆଦାଲତ ବନ୍ଦ ରହିଛି।

ତୁରନ୍ତ ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଘୋଷଣା କରନ୍ତୁ ବୋଲି କମିଟି ଦାବି କରିଥିବା ବେଳେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଠପ୍ କରାଯିବ ବୋଲି ଚେତାବନୀ ଦେଇଛି।

Comment