ଓଡ଼ିଶାଲାଇଭ୍‌ ବ୍ୟୁରୋ Jeypur

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୀର୍ଘ ୧୧ ମାସର କୋର୍ଟ ବର୍ଜନ ପରେ ଆସନ୍ତା ୫ ତାରିଖରେ ଓକିଲମାନେ କାର୍ଯ୍ୟରେ ଯୋଗଦେବେ। ହାଇକୋର୍ଟ ବେଞ୍ଚ ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ୨୦୧୮ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୪କୁ ୧୧ ମାସ ପୂରିବ।

ଦୀର୍ଘ ୧୧ ମାସ ହେବ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ବୁଧବାର କ୍ରିୟାନୁଷ୍ଠାନ କମିଟି ଜୟପୁରଠାରେ ବୈଠକ ଡାକିଥିଲା। ବୈଠକରେ ଆସନ୍ତା ନଭେମ୍ବର ୫ରେ କାର୍ଯ୍ୟ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ ତାରିଖରେ ହାଇକୋର୍ଟ ଜାରି କରିଥିବା ନୋଟିସର ଉତ୍ତର ଦିଆଯିବ। ଏହା ପରେ ୫ ତାରିଖରୁ ଓକିଲମାନେ କାର୍ଯ୍ୟରେ ଯୋଗଦେବେ।

Jeypur

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ୧୫ ବର୍ଷ ହେବ ଦାବି ହୋଇ ଆସୁଛି। ଏହାକୁ ନେଇ ରାଜ୍ୟ ସରକାର ପାଲ କମିଶନ ଗଠନ କରିଥିଲେ। ଜସବନ୍ତ ସିଂହ ରିପୋର୍ଟ ଅନୁସାରେ ଜୟପୁରଠାରେ ହାଇକୋର୍ଟ ବେଞ୍ଚ ପାଇଁ ସବୁ ସର୍ତ୍ତ ପୁରଣ କରୁଥିବା କୁହାଯାଇଛି। ହାଇକୋର୍ଟ ବେଞ୍ଚ ପାଇ ଯାହା ଭିତ୍ତିଭୂମି ଦରକାର ତାହା ମଧ୍ୟ ଏଠାରେ ରହିଛି। ତେବେ ଏଠାରେ ତୁରନ୍ତ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ସୁପାରିଶ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ସଂଘ ଦାବି କରିଛି।

Comment