ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଜ ପ୍ରତିଷ୍ଠା ଦାବି କରି ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଆଜିକୁ ୮ମାସରେ ପହଞ୍ଚିଛି। ୨୦୧୮, ଡିସେମ୍ବର ୪ରୁ ଦାବି କରିଥିଲେ ଜୟପୁର ଓକିଲ ସଂଘ।

ଜୟପୁର ଓକିଲ ସଂଘ ପକ୍ଷରୁ ସଭା ଗୃହରେ କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ଆନ୍ଦୋଳନକୁ ଆସନ୍ତା ୯ ସେପ୍ଟେମ୍ବର ଯାଏଁ ଜାରି ରଖିବାକୁ ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାପରେ ସିମିଳିଗୁଡ଼ାରେ ଆଉ ଗୋଟେ ବୈଠକ ହେବ। ଉକ୍ତ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟ ଭିତରେ ଜମି ଜମା ସଂକ୍ରାନ୍ତିୟ ମାମଲା ଦାଖଲ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଜାରି ରହିଥିବା ଓକିଲମାନଙ୍କ ଧର୍ମଘଟ ଯୋଗୁଁ ଗତ ୨୦୧୮ ମସିହା ୪ ଡିସେମ୍ବରରୁ ଅଦାଲତ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି।  ୧୯୮୧ରେ ଗଠିତ କେନ୍ଦ୍ର ସରକାରଙ୍କ ଯଶବନ୍ତ ସିଂ କମିଶନର ସୁପାରିଶ ଆଧାରରେ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ସମସ୍ତ ସର୍ତ୍ତ ପୂରଣ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ସୁଫଳ ମିଳି ପାରିନାହିଁ। ଯାହା ଫଳରେ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାର ଶୀଘ୍ର ପ୍ରତିଶ୍ରୁତି ଦାବିରେ ଓକିଲଙ୍କ ଧର୍ମଘଟ ଜାରି ରହିଛି।

Comment