ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆଜି ବିଭିନ୍ନ ବାର୍‌ରେ ବେଞ୍ଚ ପ୍ରତିଷ୍ଠା ଦାବିରେ ବାଇକ୍‌ ଶୋଭାଯାତ୍ରା ବାହାରିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜିକୁ ୧୦ ମାସରେ ପହଞ୍ଚିଛି। ଦୀର୍ଘ ୧୧ ମାସ ହେବ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଆଇନଜୀବୀମାନେ ବାଇକ ଶୋଭାଯାତ୍ରାରେ ବାହାରି ନିଜ ଦାବି ରଖିଥିଲେ।

ଜିଲ୍ଲା କୋର୍ଟ ପରିସରରୁ ଶୋଭାଯାତ୍ରା ବାହାରି ରଜାନହର, ପ୍ରସାଦରା ଓ ପେଟା, ଏମଜିରୋଡ ଓ ମୁଖ୍ୟ ରାସ୍ତା ଦେଇ ପୁଣି କୋର୍ଟକୁ ଫେରିଥିଲେ। ୧୧ ମାସ ହେବ ଆନ୍ଦୋଳନ ଜାରୀ ରହିଥିଲେ ବି ସରକାର କୌଣସି ପ୍ରତିଶ୍ରୁତି ଦେଉ ନାହାନ୍ତି କି ଧ୍ୟାନ ଦେଉ ନାହାଁନ୍ତି।

ଆସନ୍ତା ୩୦ ତାରିଖରେ ଏହି ଦାବି ନେଇ ବିଭିନ୍ନ ଗଣସଂଗଠନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଟିତ ହେବ। ଏହି ଆନ୍ଦୋଳନକୁ ଆସନ୍ତା ଅକ୍ଟୋବର ୨୧ ଯାଏଁ କୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ପୂଜା ଛୁଟି ପରେ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ନିଷ୍ପତି ନିଆଯିବ।

ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ଦିଆଯିବ ଏବଂ ରାଜ୍ୟ ବାର କାଉନସିଲକୁ ମଧ୍ୟ ଦାବି ପତ୍ର ଦେବା ନେଇ ନିଷ୍ପତ୍ତି ହୋଇଛି। ପୁଣି ଅକ୍ଟୋବର ୨୦ ତାରିଖରେ ମାଲକାନଗିରିରେ ବୈଠକ ହେବ। ସେଠାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଆନ୍ଦୋଳନକୁ ଜୋର ସୋର କରାଯିବ ବୋଲି ସଂଘ ସୂଚନା ଦେଇଛି।

Comment