ଓଡ଼ିଶାଲାଇଭ୍ ବ୍ୟୁରୋ

ଅଚାନକ ଗସ୍ତ କଲେ, ସ୍କୁଲ ଶିକ୍ଷକ ସାଜି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଜୟପୁର ଉପଜିଲ୍ଲାପାଳ

(ଜୟପୁର): ପ୍ରଶାସକରୁ କିଛି ଘଣ୍ଟା ପାଇଁ ଶିକ୍ଷକ ସାଜିଥିଲେ ଉପଜିଲ୍ଲାପାଳ। ପିଲାଙ୍କୁ ପାଠ ପଢ଼ାଇଲେ, ପ୍ରଶ୍ନ ବି ପଚାରିଲେ। ବୁଧବାର ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଜୟପୁର ସହରରେ।

ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଜୟପୁର ବ୍ଲକ ଅନ୍ତର୍ଗତ ହାଟକଙ୍ଗାସ୍ଥିତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ଶିକ୍ଷକ ଭାବେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଥିଲେ। ପ୍ରଶ୍ନ ଉତ୍ତର ମଧ୍ୟ ପଚାରି ବୁଝିଥିଲେ। ସଠିକ୍ ଉତ୍ତର ପାଇ ଖୁସି ପ୍ରକଟ କରିଥିଲେ ଉପଜିଲ୍ଲାପାଳ।ସପ୍ତମ, ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ପଢ଼ାଇଥିଲେ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀଯାଏଁ ରହିଛି। ସେଠାରେ ୨୪୩ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୯ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି।

Tags: #school&masseducationdept. #dmkoraput #jeypore #subcollectorvisit #schoolvisit

Comment