ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରର ଯୁବ ଇଞ୍ଜିନିୟର ଶିଶିର ମଲିକଙ୍କ ଆଉ ଏକ କମାଲ। ପୂର୍ବରୁ ଅଟୋମେଟିକ ସାନିଟାଇଜର ମେସିନ ତିଆରି କରି ଚର୍ଚ୍ଚାରେ ଥିବା ଶିଶିର ଏବେ ‘ରୋବୋ ହେଲମେଟ’ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ଢେର ପ୍ରଶଂସା ମିଳିଛି।

ସୀମାରେ ସୈନିକଙ୍କ ସୁରକ୍ଷା ଓ ଦେଶର ରକ୍ଷା ପାଇଁ ଏହି ‘ରୋବୋ ହେଲିମେଟ’ ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି  ଶିଶିର ମଲିକ।

ସେନାର ସୁରକ୍ଷା ଓ ଦେଶର ରକ୍ଷା ପାଇଁ ଏହି ହେଲିମେଟ ପ୍ରସ୍ତୁତ କରିଛନ୍ତି ଶିଶିର। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଯାହାଦ୍ୱାରା ଶତ୍ରୁପକ୍ଷର ଆଚରଣ ଓ ଆକ୍ରମଣର ସମସ୍ତ ସ୍ଥିତି ଓ ଗତିବିଧିକୁ ସୀମାରେ ଥିବା ଆମ ସୈନିକ ବି ଜାଣିପାରିବେ ବୋଲି କହିଛନ୍ତି ଶିଶିର।

ଏହି ହେଲିମେଟ ପ୍ରସ୍ତୁତ କରିବା ପାଇଁ ଶିଶିରଙ୍କୁ ଦୁଇମାସ ଲାଗିଥିବା ବେଳେ ଏଥିରେ ୨୫୦୦ରୁ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

‘‘ଏହି ‘ରୋବୋ ହେଲିମେଟ’କୁ ଯଦି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱୀକୃତି ମିଳେ ତେବେ ଭାରତ ତାର ଶତ୍ରୁ ଦେଶର ସମସ୍ତ ଷଡ଼ଯନ୍ତ୍ରକୁ ଜାଣିପାରିବ ଆଉ ସଜାଗ ମଧ୍ୟ ହୋଇପାରିବ’’, କହିଛନ୍ତି ଶିଶିର।

ଇଲେକଟ୍ରୋନିକ୍ସ ଇଞ୍ଜିନିୟରିଂରେ ଅଧ୍ୟୟନ କରିଛନ୍ତି ଶିଶିର। ଇଞ୍ଜିନିୟରିଂ ସାରି ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ ସେ। ତେବେ ଅସୁସ୍ଥତା କାରଣରୁ ଏବେ ସେ ଚାକିରି ଛାଡି ଜୟପୁରରେ ଏକ ଘରୋଇ ଫାଇନାନ୍ସ କମ୍ପାନି କାମ କରୁଛନ୍ତି। ଅନ୍ୟପଟେ ସେ ପୂର୍ବରୁ ପ୍ରସ୍ତୁତ କରିଥିବା ଅଟୋମେଟିକ ସାନିଟାଇଜର ମେସିନକୁ ଏକ ଘରେଇ କମ୍ପାନି ଡେମୋ କରି  ସାନିଟାଇଜର ମେସିନ ପ୍ରସ୍ତୁତ କରୁଛି।

ଶିଶିରଙ୍କ ଏପରି ନୂଆ ନୂଆ ଯୋଜାନକୁ ନେଇ ସାଙ୍ଗ ସାଥି, ପଡୋଶୀ ବେଶ ପ୍ରଶଂସା କରିଛନ୍ତି।ଶିଶିରଙ୍କୁ ସରକାରୀ ସ୍ତରରେ ସହଯୋଗ ମିଳିଲେ ଆଗକୁ ଆହୁରି କିଛି ଅଧିକ କରିପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Comment