ଓଡ଼ିଶାଲାଇଭ ବ୍ୟୁରୋ

ଯେ ପାଞ୍ଚେ ପରମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅର୍ଥାତ ଯିଏ ପରର ମନ୍ଦ ପାଞ୍ଚେ ତା କଥା ଭଗବାନ ହିଁ ବୁଝନ୍ତି। ଏମିତି ଏକ ଘଟଣା ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଘଟିଛି। ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରି ତିନି ଜଣ ଦୁର୍ବୃତ୍ତ ବାଇକରେ ଫେରାର ହୋଇ ଯାଉଥିବା ବେଳେ ପୋଲିସ ସେମାନଙ୍କ ପିଛା କରିଥିଲା। ବାଇକ ପଛରେ ବସିଥିବା ଜଣେ ଲୁଟେରା ପୋଲିସ ଉପରକୁ ବୋମା ଫିଙ୍ଗିବା ବେଳେ ବାଇକଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଲୁଟେରା ପାଖରେ ଥିବା ବୋମା ଫୁଟି ଯାଇଥିଲା। ଫଳରେ ଜଣେ ଲୁଟେରାର ମୃତ୍ୟୁ ହୋଇଥିଲା।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଆଜି ଜଣେ ବ୍ୟବସାୟୀଙ୍କୁ ୧ଲକ୍ଷ ୨୦ହଜାର ଟଙ୍କା ଲୁଟି ଫେରାର ହେଇଯାଉଥିବା ବେଳେ ବିସ୍ଫୋରଣ ଘଟି ଜଣେ ଲୁଟେରାଙ୍କ ମୃତ୍ୟୁ ଘଟିଛି। ମୃତ ଲୁଟେରାର ନାଁ ଚରଣ ନାୟକ ବୋଲି ଜଣାପଡ଼ିଛି।

୩ଜଣ ଲୁଟେରା କଣ୍ଟେଇପାଲି ଛକ ନିକଟରେ ଜଣେ ବ୍ୟବସାୟୀଙ୍କଠୁ ୧ଲକ୍ଷ ୨୦ହଜାର ଟଙ୍କା ଲୁଟି ତାଙ୍କୁ ମାରପିଟ କରି ଫେରାର ହୋଇଯାଇଥିଲେ। ପରେ ଖବରପାଇ ପୋଲିସ ତାଙ୍କ ପିଛା କରିଥିଲା। ପୋଲିସଠାରୁ ବଞ୍ଚିବାକୁ ଲୁଟେରା ପାଖରେ ରଖିଥିବା ବୋମାକୁ ପୋଲିସ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଗାଡ଼ି ଦୁର୍ଘଟଣା ହୋଇଥିଲା। ଫଳରେ ଲୁଟେରା ପକେଟରେ ଥିବା ଏକ ବୋମା ବିସ୍ପୋରଣ ହୋଇଥିଲା। ଘଟଣାସ୍ଥଳରେ ହିଁ ଜଣେ ଲୁଟେରାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଲୁଟେରା ଫେରାର ହୋଇଯାଇଥିଲେ।

ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ପୋଲିସ ଚେଷ୍ଟା ଚଲାଇଛି।

Comment