ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଖାକନ୍‌ ଅବାସୀ। ବୁଧବାର ଲାହୋରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ବେଳେ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ବିଏ) ସାହିଦ ଅବାସୀଙ୍କୁ ଗିରଫ କରିଛି।

(ଲିକ୍ୟୁଫାଇଡ୍‌ ନେଚୁରାଲ ଗ୍ୟାସ୍‌)ଏଲ୍‌ଏନ୍‌ଜି ସ୍କାମ୍‌ରେ ଜଡ଼ିତ ଥିବା ଦର୍ଶାଇ ଏନ୍‌ବିଏ ସାହିଦ ଅବାସୀଙ୍କୁ ଗିରଫ କରିଛି। ସେ ବେଆଇନ୍‌ ଭାବେ ୧୫ ବର୍ଷ ପାଇଁ କମ୍ପାନିର କଣ୍ଟ୍ରାକ୍ଟ ପାସ୍‌ କରାଇଥିଲେ।

ନୱାଜ୍‌ ସରିଫ୍‌ ଏବଂ ଆସିଫ୍‌ ଅଲ୍ଲୀ ଜଦ୍ଦାରୀଙ୍କ ପରେ ସାହିଦ ଅବାସୀ ହେଉଛନ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ତୃତୀୟ ବଡ଼ ନେତା। ପାନାମା ପେପର୍ସ ସ୍କାଣ୍ଡେଲ୍‌ରେ ଜଡ଼ିତ ଥିବା ନୱାଜ୍‌ ସରିଫ୍‌ ପ୍ରଧାନମନ୍ତ୍ରୀ ଗାଦିରୁ ହଟିବା ପରେ ଅଗଷ୍ଟ ୨୦୧୭ରୁ ମେ ୨୦୧୮ ପର୍ଯ୍ୟନ୍ତ ସାହିଦ ଅବାସୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ।

Comment