ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଚିକିତ୍ସାଳୟ ଶବଘରୁ ଜଣେ ୪ବର୍ଷ ନାବାଳିକା ଶବରୁ କେହି ଆଖି ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନୁଗୁଳ ଜିଲ୍ଲା ନୂଆହାଟ ଗାଁର ଅଞ୍ଜନ ଗୋଛାୟତଙ୍କ ୪ ବର୍ଷର ଶିଶୁ କନ୍ୟା ପ୍ରୀତି ଗୋଛାୟତ ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିଲେ। ଜ୍ଵର କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମୃତ୍ୟୁ ଦେହ ଆସିଲା ପରେ ଶବରେ ଆଖି ନଥିବା ଦେଖିଥିଲେ ପରିବାର ଲୋକ। ଶବଘରେ ମୃତ ଦେହ ଥିବା ଅବସ୍ଥାରେ କେହି ଆଖି ତାଡ଼ି ନେଇଥିବା ସନ୍ଦେହ କରାଯାଉଛି। ଶବରେ ଆଖି ନଥିବା ଖବର ବ୍ୟାପିବା ପରେ ମେଡିକାଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

ନାବାଳିକା ଶବରୁ ଆଖି ଗାଏବ ହେବା ପରେ ପରିବାର ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ପରିବାର ଲୋକ ଅନୁଗୁଳ ଥାନାରେ ଏକ ଏତାଲା ଦେଇଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

Comment