ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧିକାରକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର)ଙ୍କ ପକ୍ଷରୁ କଡ଼ା ନିୟମ ରହିଛି। କିଛି ଦିନ ହେଲା ଏହି ନିୟମ ପାଳନ ହେଉନଥିବା ନଜରକୁ ଆସିବା ପରେ। ଏନେଇ ସାରା ଦେଶରୁ ଏନ୍‌ସିପିସିଆର ନିକଟରେ ଅନେକ ଅଭିଯୋଗ ଆସିଥିଲା। ପରେ ନିୟମକୁ କଡ଼ାକଡ଼ି କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧ‌ରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ୍‌ ୧୩ ତାରିଖରେ ଏହି ନିର୍ଦ୍ଦେଶ ପହଞ୍ଚିବା ପରେ ଏବେ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗ ଅଧୀନରେ ଥିବା ସମସ୍ତ ନିର୍ଦ୍ଦେଶାଳୟ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଏନ୍‌ସିଇଆରଟି ଓ ଏସ୍‌ସିଇଆରଟି ଦ୍ଵାରା ପ୍ରକାଶିତ ପୁସ୍ତକ ବଦଳ‌ରେ ଅନ୍ୟ ପ୍ରକାଶନୀ ସଂସ୍ଥା ଦ୍ଵାରା ପ୍ରକାଶିତ ପୁସ୍ତକ ପଢ଼ିବା ଲାଗି ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ। ଯଦି ବାଧ୍ୟ କରନ୍ତି କିମ୍ବା ମାନସିକ ଶାରିରୀକ ନିର୍ଯ୍ୟାତନା ଦିଅନ୍ତି କି ନିର୍ଦ୍ଦିଷ୍ଟ ବହି ପଢ଼ିବାକୁ ଚାପ ପକାନ୍ତି ତେବେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ-୨୦୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ବାରମ୍ବାର ତାଗିଦ୍‌ ସତ୍ତ୍ଵେ କିଛି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି।

Comment