ଓଡ଼ିଶାଲାଇଭ ବ୍ୟୁରୋ
ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପାର୍ଥିବଶରୀର ପଞ୍ଚଭୂତରେ ଲୀନ ହୋଇଛି। ଲାଲକିଲ୍ଲାସ୍ଥିତ ନିଗମବୋଧ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନିଗମବୋଧ ଘାଟରେ ଶୀଲାଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ଶୀଲାଙ୍କ ଶେଷଯାତ୍ରାରେ ଗୃହମନ୍ତ୍ରୀ ଅମିତ ଶାହ, ୟୁପି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ମନ୍ତ୍ରୀ ସାମିଲ ହୋଇଥିଲେ। ଆଜି ସକାଳେ ଶୀଲା ବାସଭବନରେ ମଧ୍ୟ ଶେଷ ଦର୍ଶନ ଲାଗି ନେତାମନ୍ତ୍ରୀଙ୍କ ଭିଡ଼ ଲାଗିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁଷମ ସ୍ୱରାଜ, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ପ୍ରମୁଖ ତାଙ୍କ ଶେଷ ଦେର୍ଶନ କରିଥିଲେ।
ଏହାପରେ ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀସ୍ଥିତି କଂଗ୍ରେସ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଦେଇଥିଲେ।
୮୧ ବର୍ଷ ବୟସରେ ଏକ ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। କିଛି ଦିନ ହେବ ଶୀଲା ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୩ଥର ଅର୍ଥାତ ୧୫ ବର୍ଷ କାଳ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଦିଲ୍ଲୀରେ ତାଙ୍କ ଶାସନ କାଳରେ ତାଙ୍କ ସମୟରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚାଲିବା ସହ ଅନେକ ଭିତ୍ତିଭୂମିର ବିକାଶ ହୋଇଥିଲା।
୨୦୧୪ରେ ୫ ମାସ ପାଇଁ କେରଳର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ। ୟୁପି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ଗତ ନିର୍ବାଚନରେ ତାଙ୍କୁ ଉତ୍ତର ପୁର୍ବ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ଏଥିସହ ସହ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସେ ସଭାନେତ୍ରୀ ଥିଲେ।













