ଓଡ଼ିଶାଲାଇଭ ବ୍ୟୁରୋ

କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ଏକ ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ହେବ ଶୀଲା ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୩ଥର ଅର୍ଥାତ ୧୫ ବର୍ଷ କାଳ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଦିଲ୍ଲୀରେ ତାଙ୍କ ଶାସନ କାଳରେ ତାଙ୍କ ସମୟରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚାଲିବା ସହ ଅନେକ ଭିତ୍ତିଭୂମିର ବିକ‌ାଶ ହୋଇଥିଲା।

୨୦୧୪ରେ ୫ ମାସ ପାଇଁ କେରଳର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ। ୟୁପି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ଗତ ନିର୍ବାଚନରେ ତାଙ୍କୁ ଉତ୍ତର ପୁର୍ବ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଥିଲା।  ଏଥିସହ ସହ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସେ ସଭାନେତ୍ରୀ ଥିଲେ।

Comment