ଓଡ଼ିଶାଲାଇଭ ବ୍ୟୁରୋ

ଚୋରଚାଲାଣ କୋଇଲା ଗାଡ଼ିକୁ ଅଟକାଉଥିଲା ପୋଲିସ, କନଷ୍ଟେବଳଙ୍କ ଉପରେ ଚଢ଼ିଗଲା ଗାଡ଼ି।

ପୋଲିସ୍ କନଷ୍ଟେବଳଙ୍କ ଉପରେ ଚଢ଼ିଗଲା କୋଇଲା ବୋଝେଇ ଗାଡ଼ି। ଚୋରା ଚାଲାଣ ହେଉଥିବା ଏକ କୋଇଲା ବୋଝେଇ ଗାଡ଼ିକୁ ପୋଲିସ ଅଟକାଇବାକୁ ଚେଷ୍ଟା କରୁଥିଲା ବେଳେ ଏଭଳି ଅଘଟଣା ଘଟିଛି। ଗାଡ଼ି ଧକ୍କାରେ କନଷ୍ଟେବଳ ରଜତ ପାଣିଗ୍ରାହୀଙ୍କ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯିବ ପରେ ତାଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ରବିବାର ସକାଳୁ ଭଦ୍ରକ ସାରବଙ୍ଗ ଫାଣ୍ଡିର ଏକ ପୋଲିସ ଟମ୍ ଏରଡା ନିକଟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ଗାଡ଼ି ନଅଟକାଇ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ପଳାଇଥିଲେ।

ଏହି ଚଳନ୍ତା ଗାଡ଼ି କନଷ୍ଟେବଳ ରଜତ ପାଣିଗ୍ରାହୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ସେପଟେ ପୋଲିସ ଡ୍ରାଇଭରଙ୍କିୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Comment