ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୩ଟି ଫର୍ମାଟ ପାଇଁ ଟିମ ଇଣ୍ଡିଆର ଖେଳାଳି ଚୟନ ଶେଷ ହୋଇଛି। ଟିମ୍ ଇଣ୍ଡିଆ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ।

ଦଳରେ ଧୋନି, ହାର୍ଦ୍ଦିକ ଓ ବୁମରାଙ୍କୁ ବିଶ୍ରାମ ମିଳିଛି। ଅନ୍ୟପକ୍ଷରେ ସାମ୍ମି, ଭୁବନେଶ୍ଵର କୁମାର, ଖଲ୍ଲିଲ ଅହମ୍ମଦ, ନଭଦୀପ, ମନୀଷ ପାଣ୍ଡେ, ରିଷବ ପନ୍ତ, କୁଲଦୀପ ଯାଦବ, ୟଶବିନ୍ଦର ଚହଲ ଓ କେଦାର ଯାଦବ ଦଳରେ ସାମିଲ ହୋଇଛନ୍ତି। ସେହିପରି ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ଵିନୀ ଟେଷ୍ଟ ଦଳକୁ ଫେରିଛନ୍ତି।

ବହୁ ସମୟ ଧରି ଦଳଠୁ ଦୂରରେ ରହିଥିବା ଇଶାନ୍ତ ଶର୍ମାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯଆଇଛି। ଆହତ ସମସ୍ୟାରୁ ବିଶ୍ଵକପରୁ ବାହାରିଥିବା ଶିଖର ଧାଓ୍ଵନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସମସ୍ତ ଫର୍ମାଟରେ ବିରାଟ କୋହଲି ଅଧିନାୟକ ରହିବେ।

ଟି-୨୦ ଦଳ

ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ଵନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡ, ରିଶବ ପନ୍ତ, କୃନାଲ ପାଣ୍ଡେ, ରବିନ୍ଦ୍ର ଜାଡେଜା, ଓ୍ଵାଶିଂଟନ ସୁନ୍ଦର, ରାହୁଲ ଚହର, ନଭଦୀପ ସାଇନି, ଭୁବନେଶ୍ଵର କୁମାର, ଖଲ୍ଲିଲ ଅହମ୍ମଦ, ଦିପକ ଚହର।

ଦିନିକିଆ ଦଳ

ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ଵନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡ, ରିଶବ ପନ୍ତ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟଶବିନ୍ଦର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ଵର କୁମାର, ଖଲ୍ଲିଲ ଅହମ୍ମଦ, ନବଦୀପ ସାଇନି।

ଟେଷ୍ଟ ଦଳ

ବିରାଟ କୋହଲି, ଆଜିଙ୍କ ରାହାଣେ, ମୟଙ୍କ ଅଗ୍ରଓ୍ଵାଲ, କେଏଲ ରାହୁଲ, ଚେତେଶ୍ଵର ପୂଜାର, ହନୁମା ବିହାରି, ରୋହିତ ଶର୍ମା, ରିଶବ ପନ୍ତ, ରିଦ୍ଦିମାନ ଶାହା, ରବିଚନ୍ଦ୍ରନ ଅଶ୍ଵିନି, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମ୍ମି, ୟଶପ୍ରିତ ବୁମରା, ଉମେଶ ଯାଦବ।

Comment